ଓ୍ବାଶିଂଟନ୍,୯।୬: ଫିଫା ବିଶ୍ୱକପ୍କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ପ୍ରସଂଶକ ନିଜ ନିଜ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାନାକୁ ଆସିଛି। ଫିଫା ବିଶ୍ୱକପ୍ରେ ୪ ଯୋଡ଼ା ଭାଇ ଭିନ୍ନ ଭିନ୍ନ ଦେଶ ପାଇଁ ଖେଳୁଥିବା ବେଳେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଆସନ୍ତୁ ସୋମନଙ୍କ ବିସୟରେ ଜାଣିବା…
ଫ୍ରାନ୍ସରେ ଜନ୍ମିତ ଡୋ ଭ୍ରାତା ଭିନ୍ନ ଭିନ୍ନ ଅନ୍ତର୍ଜାତୀୟ ବାଟ ବାଛିଛନ୍ତି। ସାନ ଭାଇ ଡିଜାୟର ପାରିସ ସେଣ୍ଟ-ଜର୍ମେନ ଦଳର ଜଣେ ଉଦୀୟମାନ ତାରକା। ସେ ଫ୍ରାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ତାଙ୍କ ବଡ଼ ଭାଇ ଗୁଏଲା ଆଇଭରୀ କୋଷ୍ଟା ପାଇଁ ଖେଳୁଛନ୍ତି।
ଯାହାକି ସେମାନଙ୍କ ବାପାଙ୍କ ଜନ୍ମସ୍ଥାନ। ଦୁଇ ଭାଇ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପରସ୍ପର ବିପକ୍ଷରେ ଖେଳିଥିଲେ। ଉକ୍ତ ମ୍ୟାଚ୍ରେ ଗୁଏଲାଙ୍କ ଗୋଲ ବଳରେ ଆଇଭରୀ କୋଷ୍ଟ ୨-୧ ଗୋଲରେ ଫ୍ରାନ୍ସକୁ ହରାଇଥିଲା।
ଓ୍ବିଲିୟମ୍ସ ଭ୍ରାତାଙ୍କ ଜନ୍ମ ସ୍ପେନର ବାସକ୍ୟୁ କାଉଣ୍ଟିରେ। ସେମାନଙ୍କ ମା’ ବାପା ଘାନାର ନାଗରିକ ଥିଲେ। ନିକୋ ସ୍ପେନର ଦକ୍ଷ ଯୁବ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହେବା ସହ ତାଙ୍କ ପ୍ରତିନିଧିତ୍ୱରେ ଦଳ ୟୁରୋ ୨୦୨୪ ଜିତିଥିଲା। ବଡ଼ ଭାଇ ଇନାକି ଏକ ଫ୍ରେଣ୍ଡଲୀ ମ୍ୟାଚ୍ରେ ସ୍ପେନ ପାଇଁ ଖେଳିବା ପରେ ଘାନା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ନିଷ୍ପତ୍ତି ନେଇଥିଲେ।
ବ୍ରୋବେ ଓ ଲୁକାସେନ ଗୋଟିଏ ପରିବାରର ଦୁଇ ଭାଇ। କିନ୍ତୁ ସେମାନଙ୍କ ବାପା ସମାନ ନୁହେଁ। କ୍ଲବସ୍ତରରେ ଭଲ ପ୍ରଦର୍ଶନ ପରେ ବ୍ରୋବେଙ୍କୁ ନେଦରଲାଣ୍ଡ୍ସ ଦଳରେ ନିଆଯାଇଥିବା ବେଳେ ଲୁକାସେନଙ୍କୁ ଆହତ ଖେଳାଳିଙ୍କ ବଦଳରେ ଘାନାର ବିଶ୍ୱକପ୍ ଦଳରେ ସାମିଲ କରାଯାଇଛି। ସେମାନଙ୍କ ଫୁଟବଲ ଯାତ୍ରା ସେମାନଙ୍କୁ ଭିନ୍ନ ବାଟରେ ନେଇଯାଇଥିଲା।
ହାରୀ ସୋଟର (ଅଷ୍ଟ୍ରେଲିଆ) ଓ ଜନ ସୋଟର (ସ୍କଟଲାଣ୍ଡ)
ଆବରଡିନରେ ଜନ୍ମିତ ସୋଟର ଭାଇ ମଧ୍ୟ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଜନ ସୋଟର ସ୍କଟଲାଣ୍ଡ ପାଇଁ ଖେଳୁଥିବା ବେଳେ ହାରୀ ଅଷ୍ଟ୍ରେଲିଆ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷେ ସେମାନଙ୍କ ମା’ଙ୍କ ଅଷ୍ଟ୍ରେଲିଆ ନାଗରିକ ହୋଇଥିବାରୁ ଜନ ଅଷ୍ଟ୍ରେଲିଆ ପାଇଁ ଖେଳିବା ଆରମ୍ଭ କରିଥିଲେ। ଏପରିକି ହାରୀ ଯୁବସ୍ତରରେ ସ୍କଟଲାଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ।