Posted inଖେଳ

ହିମ ସ୍ଖଳନରେ ବିଶ୍ୱ ଚାମ୍ପିୟନ ସ୍କିଅରଙ୍କ ମୃତ୍ୟୁ

ଟୋକିଓ, ୧।୨(ଏପି): ସେଣ୍ଟ୍ରାଲ ଜାପାନ ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ହିମ ସ୍ଖଳନରେ ପୋତି ହୋଇ ବିଶ୍ୱ ଚାମ୍ପିୟନ ୩୧ ବର୍ଷୀୟ ହାଫ୍‌ପାଇପ୍‌ ସ୍କିଅର କାଇଲ ସ୍ମାଇନ୍‌ଙ୍କ ମୃତ୍ୟୁ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକା ଫ୍ରି ସ୍କି ଟିମ୍‌ ସୋସିଆଲ ମିଡିଆରେ ଏହି ୩୧ ବର୍ଷୀୟ ଆମେରିକୀୟଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛିି। ସ୍ମାଇନ୍‌ଙ୍କ ବାସସ୍ଥାନ କାଲିଫର୍ନିଆର ଲେକ୍‌ ଟାହୋ ଅଞ୍ଚଳରେ। ଅବିଶ୍ୱସନୀୟ କ୍ୱାଲିଟି ବରଫ ଯୋଗୁ ସ୍କି’ର ମଜା ନେବା ଲାଗି ସେ ନାଗାନୋ ଗସ୍ତରେ ଯାଇଥିଲେ। ସ୍ମାଇନ୍‌ଙ୍କ ଗସ୍ତ କାଳରେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଏଥିଯୋଗୁ ହିମ ସ୍ଖଳନର ଆଶଙ୍କା ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସାବଧାନ କରାଇ ଦେଇଥିଲେ। ଟ୍ରିପ୍‌ରେ ସାମିଲ ଥିବା ଫଟୋଗ୍ରାଫର ଗ୍ରାଣ୍ଟ ଗୁଣ୍ଡରସନ ସୋସିଆଲ ମିଡିଆରେ ଏହି ଭୂସ୍ଖଳନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ବ୍ଲାଷ୍ଟ ସ୍ମାଇନ୍‌ଙ୍କୁ ୫୦ ମିଟର ଦୂର ଫିଙ୍ଗି ଦେଇଥିଲା। ବରଫ ତାଙ୍କୁ ପୋତି ଦେଇଥିଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ସ୍ମାଇନ୍‌ଙ୍କ ଅନ୍ୟ ଦୁଇ ସ୍କିଅର ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୫ ଫୁଟ୍‌ ବରଫରେ ପୋତି ହୋଇଯାଇଥିଲେ ହେଁ ଆଘାତପ୍ରାପ୍ତ ହୋଇ ନ ଥିଲେ। ଗୁଣ୍ଡରସନ ଅନ୍ୟ ସ୍କିଅରମାନଙ୍କ ନାମ ପ୍ରକାଶ କରି ନାହାନ୍ତି। ସ୍ମାଇନ୍‌ ୨୦୧୫ ସ୍କି ହାଫ୍‌ପାଇପ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଥିଲେ। ବର୍ଷକ ପରେ ଏହି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା। ତାଙ୍କର ଶେଷ ବଡ଼ ପ୍ରତିଯୋଗିତା ୨୦୧୮ରେ କାଲିଫର୍ନିଆର ମାମନ୍ଥ ମାଉଣ୍ଟେନରେ ଅନୁଷ୍ଠିତ ବିଶ୍ୱକପ୍‌ ଥିଲା। ଏଥିରେ ସେ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri