ଜଳାତଙ୍କ କ’ଣ, ଏହା କିପରି ବ୍ୟାପେ ଜାଣନ୍ତୁ…

‘ଓ୍ବାଲର୍‌ଡ ରାବିଜ୍‌ ଡେ’ ବା ବିଶ୍ୱ ଜଳାତଙ୍କ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳନ କରାଯାଇଥାଏ। ଏହି ଦିନ ଜଳାତଙ୍କର ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ଲୁଇ ପାଶ୍ଚରଙ୍କ ପରଲୋକ ଘଟିଥିଲା। ଏହି ଦିବସରେ ବିଭିନ୍ନ ଗଣମାଧ୍ୟମ ଏବଂ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଉକ୍ତ ରୋଗର କାରଣ ଓ ନିରାକରଣର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ କରାଯାଇଥାଏ। ତେବେ ଚଳିତ ବର୍ଷ ପାଇଁ ବିଶ୍ୱ ଜଳାତଙ୍କ ଦିବସର ସ୍ଲୋଗାନ ରହିଛି ‘ଜଳାତଙ୍କକୁ ନିୟନ୍ତ୍ରଣରେ ରଖିବା’।

ଡାକ୍ତରମାନେ ଏହି ରୋଗକୁ ‘ହାଇଡ୍ରୋଫୋବିଆ’ ବା ‘ରାବିଜ’ ବୋଲି କହିଥାନ୍ତି। ଏହା ପଶୁଜନିତ ଏକ ଭୂତାଣୁ ରୋଗ। ଏହି ରୋଗରେ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ର ବା ରୋଗୀର ସୁଷୁମ୍ନା କାଣ୍ଡ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇପଡ଼େ। ରୋଗ ହେଲେ ମୃତ୍ୟୁ ପ୍ରାୟ ନିଶ୍ଚିତ। ପୃଥିବୀର କେତେକ ରାଷ୍ଟ୍ର ଜଳାତଙ୍କରୁ ମୁକ୍ତ। କିନ୍ତୁ ଏକ ଆକଳନରୁ ଜଣାପଡିଛି, ଆମ ଦେଶରେ ପ୍ରତି ଅଧଘଣ୍ଟାରେ କେହି ନା କେହି ଜଳାତଙ୍କରେ ମୃତ୍ୟୁମୁଖରେ ପଡ଼ିଥାଆନ୍ତି।

ଜଳାତଙ୍କ କିପରି ବ୍ୟାପେ?
ମୁଖ୍ୟତଃ ପାଗଳା କୁକୁର, ବିରାଡ଼ି, ବିଲୁଆ ଓ ଗଧିଆଙ୍କ ଲାଳରେ ଏହି ଭୂତାଣୁ ରହିଥାଏ। କିନ୍ତୁ ଏହି ଜନ୍ତୁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିଲେ ସେମାନଙ୍କ ଲାଳରେ ରୋଗର ଭୂତାଣୁ ନ ଥାଏ। ରୋଗ କରାଇବାରେ ପାଗଳା କୁକୁର ମୁଖ୍ୟତଃ ଦାୟୀ ହୋଇଥିବାରୁ ଏହି ରୋଗକୁ ସାଧାରଣ ଲୋକେ ‘କୁକୁର କାମୁଡ଼ା ରୋଗ’ ଓ ରୋଗର ପ୍ରତିଷେଧକ ଟିକାକୁ ‘କୁକୁର କାମୁଡ଼ା ଟିକା’ ବୋଲି କହିଥାନ୍ତି। ପାଗଳା କୁକୁର କାମୁଡ଼ି ରୋଗୀଠାରେ ଗଭୀର କ୍ଷତ ସୃଷ୍ଟି କରିଦେଲେ କି ନଖରେ ଆମ୍ପୁଡ଼ି ଦେଲେ କିମ୍ବା ରୋଗୀ ଶରୀରର କୌଣସି କ୍ଷତ ସ୍ଥାନକୁ ଚାଟିଦେଲେ କୁକୁରର ଲାଳରେ ଥିବା ଜଳାତଙ୍କ ଭୂତାଣୁ ସୁସ୍ଥ ଲୋକର ଦେହ ଭିତରକୁ ପ୍ରବେଶ କରିଯାଏ। ତା’ ପରେ ଭୂତାଣୁ କ୍ଷତ ସ୍ଥାନର ଉପରକୁ ଉପରକୁ ଉଠି ପହଞ୍ଚିଯାଏ ବ୍ୟକ୍ତିର ସୁଷୁମ୍ନାକାଣ୍ଡରେ ଏବଂ ମସ୍ତିଷ୍କରେ। ଶରୀରରେ ଭୂତାଣୁ ପ୍ରବେଶ କରିବାର ୧ମାସରୁ ୩ମାସ ଭିତରେ ବ୍ୟକ୍ତିଠାରେ ପ୍ରକାଶ ପାଏ ରୋଗର ଲକ୍ଷଣ। ସ୍ଥଳ ବିଶେଷରେ ଏହି ଅବଧି ହୋଇପାରେ ମାତ୍ର ସାତଦିନ। ଆଉ କାହା କାହା କ୍ଷେତ୍ରରେ ରୋଗର ଲକ୍ଷଣ ଜାତ ହେବା ନିମନ୍ତେ ଲାଗିଯାଏ ଏକାଧିକ ବର୍ଷ।

ଏହି ରୋଗକୁ କିପରି ଚିହ୍ନିବ :
ଯଦି ପ୍ରାଣୀଟି ପାଗଳା ହୋଇ ନ ଥାଏ ବା ତା’ ଲାଳରେ ଜଳାତଙ୍କ ଭୂତାଣୁ ନ ଥାଏ, ତେବେ ରୋଗ ହେବାର କୌଣସି ଆଶଙ୍କା ନାହିଁ। କିନ୍ତୁ କୁକୁର କାମୁଡ଼ା ଯୋଗୁ ବ୍ୟକ୍ତିଟି ଭୂତାଣୁ ସଂକ୍ରମିତ ହୋଇ ପଡ଼ିଥିଲେ, କେତେକ ମାମୁଲି ପ୍ରାଥମିକ ଲକ୍ଷଣ ପ୍ରକାଶ ପାଇଥାଏ। ଯେପରିକି ମୁଣ୍ଡବିନ୍ଧା, ଦେହ ଘୋଳାବିନ୍ଧା, ତଣ୍ଟିରେ ଘାଆ ଏବଂ ଦେହରେ ସାମାନ୍ୟ ଜ୍ୱର। ଏହି ଲକ୍ଷଣମାନ ମାତ୍ର ୩-୪ ଦିନ ପାଇଁ ରହେ। ଅନେକ ରୋଗୀଙ୍କ କ୍ଷେତ୍ରରେ କାମୁଡ଼ା ସ୍ଥାନରେ ଅନୁଭୂତ ହୁଏ ଯନ୍ତ୍ରଣା ଓ ଛୁଞ୍ଚି ଫୋଡ଼ି ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ପରେ ପରେ ସ୍ନାୟୁତନ୍ତ୍ରର ସମସ୍ତ ଅଂଶ ଉଦ୍ଦୀପିତ ତଥା ଉତ୍ତେଜିତ ହୋଇପଡ଼େ। ଉଚ୍ଚ ଶବ୍ଦ, ତୀବ୍ର ଆଲୋକ ଓ ଶୀତୁଆ ପବନକୁ ରୋଗୀ ସହି ପାରେନି। ଦେହରେ ପବନ ବାଜିବା ରୋଗୀକୁ ଅସହ୍ୟ ହେଉଥିଲେ ଜଳାତଙ୍କ ହୋଇଛି ବୋଲି ସନ୍ଦେହ କରିବା ଯଥେଷ୍ଟ କାରଣ ଅଛି। କାହା କାହାଠାରେ ଦେହରୁ ଝାଳ ବହେ। ପାଟିରୁ ଲାଳ ଗଡ଼େ। ଆଖିରୁ ଲୁହ ଝରେ। ରୋଗୀଠାରେ ପରିଲକ୍ଷିତ ହୁଏ କ୍ରୋଧ, ବିରକ୍ତି, ମାନସିକ ଅବସାଦ ଏବଂ ମୃତ୍ୟୁ ଭୟ। ଲକ୍ଷଣମାନ କ୍ରମେ ବଢ଼ି ବଢ଼ି ଯାଏ। ସେ ଯେତେ ଚେଷ୍ଟା କଲେ ବି ଜଳ ସମେତ କୌଣସି ତରଳ ପଦାର୍ଥ ଢୋକି ପାରେନି। ଏହି କାରଣରୁ ରୋଗୀ ଜଳକୁ ଦେଖିଲେ ଆସନ୍ନ ଯନ୍ତ୍ରଣା କଥା ଭାବି ଆତଙ୍କିତ ହୋଇପଡ଼େ। ସେଥିପାଇଁ ଏହି ରୋଗକୁ ଜଳ(ହାଇଡ୍ରୋ-) ପ୍ରତି ଆତଙ୍କ (ଫୋବିଆ) ବା ‘ହାଇଡ୍ରୋଫୋବିଆ’ ବୋଲି କୁହନ୍ତି। ରୋଗ ମାତ୍ର ୨-୩ ଦିନ କିମ୍ବା କଦବା କେମିତି ୫-୬ ଦିନ ରହି ରୋଗୀ ମୃତ୍ୟୁବରଣ କରିଥାନ୍ତି।

ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣ ପାଇଁ ରୋଗର ମାରାତ୍ମକତା ଏବଂ ନିରାକରଣମୂଳକ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନା କରିବା ଏକାନ୍ତ ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri