Posted inଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଯସ୍ମିନ, ମୀନାକ୍ଷୀଙ୍କୁ ସ୍ବର୍ଣ୍ଣ, ନୂପୁରଙ୍କୁ ରୌପ୍ୟ

ଲିଭରପୁର, ୧୪ା୯: ଭାରତୀୟ ବକ୍ସର ଯସ୍ମିନ ଲାମ୍ବୋରିଆ ଓ ମୀନାକ୍ଷୀ ହୁଦା ଏଠାରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ନୂପୁର ଶେଓରାନ ଓ ପୂଜାରାଣୀ ଅଣ ଅଲିମ୍ପିକ କାଟେଗୋରିରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଯସ୍ମିନ ଶନିବାର ବିଳମ୍ବିତ ରାତିରେ ୫୭ କେଜି ଶ୍ରେଣୀ ଫାଇନାଲରେ ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ପୋଲାଣ୍ଡର ଜୁଲିଆ ସିଜରମେଟାଙ୍କୁ ୪-୧ (୩୦-୨୭, ୨୯-୨୮, ୩୦-୨୭, ୨୮-୨୯, ୨୯-୨୮)ରେ ହରାଇ ଦେଇଛନ୍ତି।

ନବାଗତ ମୀନାକ୍ଷୀ ରବିବାର ସମାନ ବ୍ୟବଧାନରେ ୪୮କେଜି ଶ୍ରେଣୀ ଫାଇନାଲରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା କାଜାଖସ୍ତାନର ନାଜିମ୍‌ କିଜାଇବେଙ୍କୁ ହରାଇ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ନେଇଛନ୍ତି। ଏଠାରେ ବିଜୟ ଦ୍ୱାରା ଯସ୍ମିନ ୯ମ ଓ ମୀନାକ୍ଷୀ ୧୦ମ ଭାରତୀୟ ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନ ହୋଇପାରିଛନ୍ତି।

ପୂର୍ବରୁ ଯେଉଁ ୮ଜଣ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଛନ୍ତି, ସେମାନେ ହେଲେ ୬ଥର ବିଜେତା ମେରୀକମ୍‌ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮), ଦୁଇଥର ବିଜେତା କିଖତ ଜରିନ୍‌ (୨୦୦୨ ଓ ୨୦୨୩), ସରିତା ଦେବୀ (୨୦୦୬), ଜେନ୍ନି ଆର୍‌ଏଲ୍‌ (୨୦୦୬), ନୀତୁ ଘାଙ୍ଗ୍‌ହାସ୍‌ (୨୦୨୩), ଲଭଲିନା ବର୍ଗୋହେନ (୨୦୨୩) ଓ ସ୍ବିଟି ବୁରା (୨୦୨୩)। ଅନ୍ୟପକ୍ଷରେ ନୂପୁର ୮୦+କେଜି କାଟେଗୋରିରେ ରୌପ୍ୟ ଏବଂ ପୂଜା ୮୦କେଜି କାଟେଗୋରିରେ ରୌପ୍ୟ ହାସଲ କରିଛନ୍ତି। ନୂପୁର ଶନିବାର ରାତିରେ ଅନୁଷ୍ଠିତ ଦ୍ୱିତୀୟ ଫାଇନାଲରେ ପୋଲାଣ୍ଡର ଆଗାଟା କାଜମାରାସ୍କାଙ୍କଠାରୁ ୨-୩ରେ ଅଳ୍ପକେ ହାରିଯାଇଥିଲେ। ଏହା ପୂର୍ବରୁ ପୂଜା ସ୍ଥାନୀୟ ଫେଭରାଇଟ ଏମିଲି ଆସକ୍ୱିଥଙ୍କଠାରୁ ବିଭାଜିତ ନିଷ୍ପତ୍ତି ୧-୪ରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri