Categories: ଜାତୀୟ

ଅଜୟ ବାଙ୍ଗା କରୋନା ଚିହ୍ନଟ ପରେ ବାତିଲ ହେଲା ବୈଠକ

ନୂଆଦିଲ୍ଲୀ, ୨୪ା୩: ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ମନୋନୀତ ହୋଇଥିବା ଅଜୟ ବାଙ୍ଗା ନୂଆଦିଲ୍ଲୀରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ପରେ ତାଙ୍କ ବୈଠକକୁ ବାତିଲ କରିଦିଆଯାଇଛି। ୩ ସପ୍ତାହ ହେଲା ବିଶ୍ୱ ଭ୍ରମଣରେ ଥିବା ବାଙ୍ଗା ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା ପରେ ଏସିଆର ବିଭିନ୍ନ ଦେଶ ଭ୍ରମଣରେ ଥିଲେ। ନୂଆଦିଲ୍ଲୀରେ ପହଞ୍ଚତ୍ବା ପରେ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଗାଇଡ୍‌ଲାଇନ ଅନୁଯାୟୀ ତାଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ହେବ। ସେଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସହ ତାଙ୍କର ବୈଠକକୁ ବାତିଲ କରିଦିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁଇଦିନିଆ ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଥାନ୍ତେ।

Share