Categories: ଜାତୀୟ

ଟିକାକରଣକୁ ଅପେକ୍ଷା ନ କରି ଖୋଲାଯାଉ ସ୍କୁଲ, ପ୍ରଭାବିତ ହେଉଛି ଶିଶୁଙ୍କ ବିକାଶ: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷରୁ ଅଧିକ ସମୟ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନଙ୍କୁ ଅନଲାଇନରେ ପାଠପଢା ଯାଉଛି । ତେବେ ଛୋଟ ଛୋଟ ପିଲାଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା ଆସି ନ ଥିବା ବେଳେ ଏବେ ସମସ୍ତଙ୍କର ଅପେକ୍ଷା ଏହି ସୁରକ୍ଷା କବଚ କରୋନା ଟିକାକୁ । ଏହାପରେ ଯାଇ ସ୍କୁଲ ଖୋଲାଯାଇ ପାରିବ ବୋଲି କୁହାଯାଉଛି । ଇତିମଧ୍ୟରେ ବିଶ୍ୱ ବ୍ୟାଙ୍କ ଏକ ପରାମର୍ଶ ଦେଇଛି । ବିଶ୍ୱ ବ୍ୟାଙ୍କ କହିଛି, ବ୍ୟାପକ ଟିକାକରଣକୁ ଅପେକ୍ଷା ନ କରି ସ୍କୁଲ ଖୋଲାଯାଉ । କାରଣ ସ୍କୁଲ ବନ୍ଦ ଯୋଗୁ ପିଲାମାନଙ୍କର ବିକାଶ ପ୍ରଭାବିତ ହେଉଛି । ଏହା ବ୍ୟତୀତ ବିଶେଷଜ୍ଞଙ୍କ ପ୍ରମାଣ ସ୍ପଷ୍ଟ କରୁଛି କି ଛୋଟ ପିଲାଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଛି । ଯେଉଁ ଦେଶରେ ସ୍କୁଲ ଖୋଲାଯାଇଛି ସେଠାକାର ଅନୁଭବ ଆଧାରରେ ବିଶ୍ୱ ବ୍ୟାଙ୍କ ଏକ ନୀତିଗତ ନୋଟ୍ ପ୍ରସ୍ତୁତ କରିଛି । ଏଥିରେ କୁହାଯାଇଛି କରୋନା ନିୟମ ପାଳନ କରି ସ୍କୁଲ ଖୋଲାଗଲେ ଛାତ୍ରୀଛାତ୍ର, କର୍ମଚାରୀ ଓ ସମାଜରେ କମ୍ ସଂକ୍ରମଣର ଆଶଙ୍କା ରହିଛି । ତେବେ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରୋନା ସହ ଲଢେଇ କରୁଥିବା ମଣିଷ ଏହାସହ ବଞ୍ଚିବା ଶିଖୁଛି । ତେଣୁ ଦୀର୍ଘଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଲେ ପିଲାମାନେ ସ୍କୁଲ ଆସିବାକୁ ଅମଙ୍ଗ ହେବେ ବୋଲି ମଧ୍ୟ କୁହାଯାଇଛି ।

Share