Posted inଖେଳ

ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ: ଭାରତୀୟ ରିଲେ ଦଳରେ ଦୂତୀ

ଭୁବନେଶ୍ୱର, ୭।୪(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସ ପାଇଁ ରିଲେ ଟ୍ରାଏଲ ଇଭେଣ୍ଟ ପୋଲାଣ୍ଡର ସିଲେସିଆସ୍ଥିତ ଚୋର୍ଜୋଠାରେ ମେ’ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏହି ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରିଲେରେ ଭାରତର ତିନୋଟି ଟିମ୍‌ ଭାଗନେବ। ତାହାହେଲା ମହିଳା ୪x୧୦୦ ମିଟର, ମହିଳା ୪x୪୦୦ ମିଟର ଏବଂ ପୁରୁଷ ୪x୪୦୦ ମିଟର ରିଲେ। ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟଭାବେ ବିବେଚିତ ହେଉଥିବା ଏହି ପ୍ରତିଯୋଗିତାର ମହିଳା ୪x୧୦୦ ମିଟର ରିଲେ ରେସ୍‌ ଟିମ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଟୁଇଟ୍‌ କରି ଏହା ସ୍ପଷ୍ଟ କରାଯାଇଛି। ଦୂତୀଙ୍କ ବ୍ୟତୀତ ଏହି ଦଳରେ ସ୍ଥାନ ପାଇଥିବା ଅନ୍ୟ ଆଥ୍‌ଲେଟମାନେ ହେଲେ ଏସ. ଧନଲକ୍ଷ୍ମୀ, ହିମା ଦାସ, ଅର୍ଚ୍ଚନା ସୁସେନ୍ଦ୍ରନ, ହିମାଶ୍ରୀ ରୟ ଓ ଏ.ଟି. ଧନେଶ୍ୱରୀ। ସେହିପରି ୪x ୪୦୦ ମିଟର ଦଳରେ ଏମ.ଆର. ପୁଭମ୍ମା, ଶୁଭ ଭେଙ୍କଟେଶ୍‌, କିରନ, ଅଞ୍ଜଳି ଦେବୀ, ଆର. ରେବତୀ, ଭି.କେ. ବିସ୍ମୟ ଓ ଜିସ୍ନା ମାଥ୍ୟୁ। ପୁରୁଷ ୪x୪୦୦ ମିଟର ରିଲେ ଦଳରେ ଅମୋଜ ଜ୍ୟାକବ, ନାଗାନାଥନ ପାଣ୍ଡି, ମହମ୍ମଦ ଆନାସ ୟାହିୟା, ଆରୋକା ରାଜୀବ, ସାର୍ଥକ ଭାମ୍ବ୍ରି, ଆୟାସାମୀ ଧରୁନ ଓ ନିର୍ମଳ ନୋଆ ଟମ୍‌ ସ୍ଥାନ ପାଇଛନ୍ତି। ”ଆଗାମୀ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ମୁଁ ଅଭ୍ୟାସକୁ ଜୋରଦାର କରିଛି। ନିଜ ଫିଟ୍‌ନେସରେ ମଧ୍ୟ ପର୍ଯ୍ୟାପ୍ତ ଉନ୍ନତି ଆଣିଛି। ଏବେ ସମସ୍ତ ପ୍ରତିଯୋଗୀ ବ୍ୟକ୍ତିଗତଭାବେ ଟ୍ରେନିଂ ନେଉଥିଲେ ହେଁ ଚଳିତ ମାସ ୧୦ ତାରିଖରୁ ପଟିଆଲାରେ ଏକତ୍ରିତ ହୋଇ ମିଳିତଭାବେ ଅଭ୍ୟାସ କରିବେ। ମୁଁ ମଧ୍ୟ ସେହିଦିନ ପଟିଆଲା ଯାଇ ଅନ୍ୟ ୫ ଆଥଲେଟ୍‌ଙ୍କ ସହ ମିଶି ଟ୍ରେନିଂ ନେବି। ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଶା ରଖିଛି“ ବୋଲି ୧୦୦ ମିଟରରେ ଜାତୀୟ ରେକର୍ଡ ଧାରିଣୀ ଦୂତୀ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଓ୍ବାଲର୍‌ଡ ଆଥଲେଟିକ୍ସ ରିଲେର ଟପ୍‌-୮ ଟିମ୍‌ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୨୦୧୯ରେ ଦୋହାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଟୋକିଓ ଟିକେଟ ପାଇ ସାରିଛି। ୨୦୧୯ ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଆଥଲେଟ୍‌ମାନେ ପୋଲାଣ୍ଡରେ ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗନେବାକୁ ଯାଉଛନ୍ତି। ଏଥିପାଇଁ ଏଏଫ୍‌ଆଇ ପକ୍ଷରୁ ମୋଟ ୨୦ ଆଥଲେଟ୍‌ଙ୍କ ନାମ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri