Posted inଫୁରସତ

ପ୍ରାଣୀଙ୍କ ସଂରକ୍ଷଣ ଅପରିହାର୍ଯ୍ୟ

ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଅକ୍ଟୋବର ୪ରେ ବିଶ୍ୱ ପ୍ରାଣୀ ଦିବସ ପାଳନ କରାଯାଇଥାଏ। ଏନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଲାଗି ୧୯୨୫ ମାର୍ଚ୍ଚ ୨୪ରେ ଜର୍ମାନୀର ବର୍ଲିନ୍‌ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୨୯ରେ ଏହାକୁ ଅକ୍ଟୋବର ୪କୁ ଘୁଞ୍ଚାଯାଇଥିଲା। ପରେ ୧୯୩୧ ମେ’ରେ ଇଟାଲୀର ଫ୍ଲୋରେନ୍ସରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଆନିମଲ କଂଗ୍ରେସରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା।
ଦିବସ ପାଳନ ନେଇ ୨୦୦୬ ଅକ୍ଟୋବର ୨୭ରେ ପୋଲାଣ୍ଡ ପାର୍ଲାମେଣ୍ଟରେ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ତେବେ ୨୦୦୭ଠାରୁ ପ୍ରତିବର୍ଷ ଏହି ଦିବସକୁ ଅକ୍ଟୋବର ୪ରେ ବିଶ୍ୱସ୍ତରରେ ପାଳନ କରାଯାଉଛି। ଲଗାତର ଜଙ୍ଗଲ କଟା ଯୋଗୁ ବାସସ୍ଥଳ ଅଭାବରୁ ବହୁ ପ୍ରଜାତିର ପ୍ରାଣୀ ଲୋପପାଇବା ଆଶଙ୍କା ବଢ଼ିଲାଣି। ୨୦୦୩ରେ ନେଚର ଓ୍ବାଚ୍‌ ଫାଉଣ୍ଡେଶନ ପକ୍ଷରୁ ପ୍ରଥମେ ବିଶ୍ୱ ପ୍ରାଣୀ ଦିବସ ଓ୍ବେବ୍‌ସାଇଟ୍‌ର ଶୁଭାରମ୍ଭ କରାଯାଇଥିଲା। ପ୍ରାଣୀଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଗାଯୋଗକୁ ଗୁରୁତ୍ୱାରୋପ କରାଯାଇଥିଲା। ୨୦୦୭ରେ ଏନେଇ ବିଶ୍ୱସ୍ତରୀୟ ଭଲ୍ୟୁଣ୍ଟାରି ଆମ୍ବାସାଡର ପ୍ରୋଗ୍ରାମ ମଧ୍ୟ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ବଡି କ୍ୟାମେରା ପିନ୍ଧିବେ ଚଢ଼ାଉ ଟିମ୍‌, ପ୍ରମାଣ ଅଭାବରୁ ଖସି ପାରିବେନି ଅଭିଯୁକ୍ତ

ଭୁବନେଶ୍ୱର,୭ା୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Bangladesh Elections: ବାଂଲାଦେଶୀ ହିନ୍ଦୁଙ୍କୁ ମିଳିବ ଆଶ୍ୱସ୍ତି! ଘୋଷଣା ପତ୍ରରେ ବଡ଼ କଥା କହିଲା BNP

ଢାକା,୭।୨: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ଏହା ଭାରତ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ଛାତିଥରା… ବସରୁ ଓହ୍ଲାଉ ଓହ୍ଲାଉ ଆସିଲା ମୃତ୍ୟୁ, ଏକାଥରେ ଚାଲିଗଲା ୬ଜଣଙ୍କ ଜୀବନ

ନୂଆଦିଲ୍ଲୀ,୭।୨:  ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା । ଶୌଚାଳୟ ବ୍ୟବହାର କରିବାକୁ ବସରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡିଗଲା ବସ୍ । ଉତ୍ତର ପ୍ରଦେଶର ମଥୁରାରେ ହୋଇଥିବା…

ସ୍କାଉଟସ-ଗାଇଡ଼ସ କ୍ୟାମ୍ପରୀ ଉଦଯାପିତ: ଦଣ୍ଡ ନାଚରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୭।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଗତ ୩ ଦିନ ଧରି ଚାଲିଥିବା ୨୨ତମ ଜିଲାସ୍ତରୀୟ…

ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର…

ମଦ, ଫଳ, ଡ୍ରାଏ ଫ୍ରୁଟ୍ସ, ସୋୟାବିନ ତେଲ ଏସବୁ ହୋଇଯିବ ଖୁବ ଶସ୍ତା, ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଆଉ କ’ଣ ଶସ୍ତା ହେବ?ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଉଠାଇ ଦେଇଛି ଏବଂ ଏକ ସ୍ପଷ୍ଟ ଧମକ ବଜାୟ ରଖିଛି ଯେ ଯଦି…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri