ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ

ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ଶ୍ରମିକ। ହାତରେ ଡାଲାଭାର ଧରି ଶ୍ରମିକମାନେ ଶୋଭାଯାତ୍ରା ଆସିଥିଲେ। ପରେ ଡିଆରଡିଏ ଅଫିସ ଘେରାଉ କରି ପରେ ଡିଆରଡିଏ ପିଡି ସୁଶାନ୍ତ କୁମାର ସିଂଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପାଉଣା ଶୀଘ୍ର ନ ଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।