Categories: ଜାତୀୟ

ଆରବରେ ଥିବା ବ୍ୟକ୍ତିଙ୍କୁ ଭାରତରୁ ଦିଆଯାଇଛି କରୋନା ଟିକା

ହରଦୋଇ,୧୬ ।୧୧: କରୋନା ଟିକାକରଣରେ ରେକର୍ଡ କରିବା ନିଶାରେ ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି ନୀତି ଏବେ ପଦାକୁ ଆସିଛି । ଉତ୍ତରପ୍ରଦେଶ ଶାହାବାଦ ନିବାସୀ ଯୁବକଙ୍କୁ ଏମିତି ସମୟରେ ଟିକା ଦିଆଯାଇଛି ଯେତେବେଳେ ସେ ଆରବରେ ଥିଲେ । ସୂଚନାଯୋଗ୍ୟ, ଶାହାବାଦର ମୋହଲ୍ଲା ଖେଡାରେ ରହୁଥିବା ଅଫସର ଅଲ୍ଲି(୩୪) ଆରବର ରିୟାଦ ସରରେ ଇଲେକ୍ଟ୍ରିସିୟାନ ଭାବେ କାମ କରନ୍ତି । ସେଠାରେ ଥିବା ବେଳେ ସେ କରୋନାର ପ୍ରଥମ ଡୋଜ ଟିକା ନେଇଥିଲେ । ଏହାର ସମସ୍ତ ପ୍ରମାଣ ପତ୍ର ଅଫରସଙ୍କ ନିକଟରେ ରହିଛି । ଜୁନ ୬ରେ ସେ ଆରବରୁ ଭାରତ ଆସିଥିଲେ । ୨୦ ସେପ୍ଟେମ୍ବରରେ ସେ ଜିଲା ମହିଳା ଚିକିତ୍ସାଳୟରେ କରୋନା ଟିକାର ଦ୍ୱିତୀୟ ଡୋଜ ନେଇଥିଲେ । ଏବେ ତାଙ୍କୁ କରୋନା ଟିକାକରଣ ସମ୍ପୂର୍ଣ୍ଣ କରିଥିବାର ପ୍ରମାଣ ପତ୍ର ଦିଆଯାଇଛି । ତେବେ ଏହି ପ୍ରମାଣ ପତ୍ର ଦେଖିବା ପରେ ସେ ଚମକି ପଡିଛନ୍ତି । ଟିକାର ପ୍ରଥମ ଡୋଜର ଉଲ୍ଲେଖ ବି ଉକ୍ତ ପ୍ରମାଣପତ୍ରରେ ରହିଥିଲା । ପ୍ରମାଣ ପତ୍ର ଅନୁଯାୟୀ, ତାଙ୍କୁ ମେ ୭, ୨୦୨୧ରେ ଜିଲା ମହିଳା ଚିକତ୍ସାଳୟରେ କରୋନାର ପ୍ରଥମ ଡୋଜ ଟିକା ଦିଆଯାଇଛି । ଯେତେବେଳେ କି ଅଫରସ ଆରବର ରିୟାଦ ସହରରେ ଥିଲେ । ଏବେ ପ୍ରଶ୍ନ ଉଠିଛି କି ଜଣେ ବ୍ୟକ୍ତି ଆରବରେ ଥାଇ ଭାରତରେ ଟିକା ନେଲେ କିଭଳି । ତେବେ ଟିକାକରଣରେ ରେକର୍ଡ କରିବା ନିଶାରେ ଏହା ସ୍ୱାସ୍ଥ୍ୟକର୍ମୀଙ୍କ ଖାମଖିଆଲି ମନୋଭାବ ବୋଲି ଆଲୋଚନା ହେଉଛି ।

Share