ଫଡ଼ିଘର ମରାମତିରେ ଅନିୟମିତତା, ଶ୍ରମିକଙ୍କୁ ମିଳୁନି ଡିଏସ୍‌ ଟଙ୍କା

ଲୋଇସିଂହା,୨୩ା୬(ସୁଶାନ୍ତ ବାରିକ): କେନ୍ଦୁପତ୍ର ସଂଗ୍ରହ କରିବା ଇତିମଧ୍ୟରେ ଦେଢ଼ମାସ ବିତି ଗଲାଣି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା କେନ୍ଦୁପତ୍ର ରେଞ୍ଜ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କୁ ପାଉଣା ମିଳିପାରିନାହିଁ। ପାଉଣା ପାଇଁ ଶ୍ରମିକମାନେ ରେଞ୍ଜ ଅଫିସକୁ ବାରମ୍ବାର ଦଉଡ଼ି ନୟାନ୍ତ ହେଉଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ରେଞ୍ଜ ଅଧୀନରେ ପ୍ରାୟ ୪୪ ଫଡ଼ି ଘର ରହିଛି। ଫଡିଘର ଅଧୀନରେ ଥିବା ଶତାଧିକ ଶ୍ରମିକ ଫଡିଘରରେ ବିଭିନ୍ନ କାମରେ ନିୟୋଜିତ ହୋଇଥିଲେ। ଏପ୍ରିଲ ୨୫ରୁ ଜୁନ୍‌ ୧ ଯାଏ ସେମାନେ କାମ କରିଥିଲେ। ହେଲେ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଶ୍ରମିକଙ୍କ ପାଉଣା ପୈଠ ହୋଇନାହିଁ। ଶ୍ରମିକମାନେ ପାଉଣା ଦାବି ନେଇ ରେଞ୍ଜ ଅଫିସକୁ ଗଲେ ରେଞ୍ଜ ଅଧିକାରୀଙ୍କ ଦେଖାମିଳୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଟାଣଖରାରେ କାମ କରି ଏବେ ପାଉଣା ଲାଗି ହଟହଟା ହେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଗତବର୍ଷର ପତ୍ର ବନ୍ଧାଇ ପଉଣା ଶ୍ରମିକଙ୍କୁ ଅଧା ଦିଆଯାଇଥିବା ବେଳେ ଅବଶିଷ୍ଟ ଟଙ୍କା କୁଆଡ଼େ ଆମତ୍ସାତ କରାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ଫଡିଘର ମରାମତିରେ ଅନିୟମିତା କରାଯାଇଛି। ସିଆଲବାହାଲି,ଡ଼ଟିକା,ଝରଣୀପାଲି,କୁଦେପାଲି,ସହାଜଚାପର,ଆନେଡୁଙ୍ଗରୀ,କେନ୍ଦମୁଣ୍ଡି,ଖଲିଆପାଲି,ଧଉଁରାଦାଦର,ଡୁଡୁକା,ମିର୍ଦ୍ଦପଡ଼ା ଆଦି ଫଡ଼ିଘର ଆବଶ୍ୟକ ଅନୁଯାୟୀ ନଡ଼ା ଛାଉଣି ନ କରି ପଲିଥିନ ଢାଙ୍କି ଅନିୟମିତା କରାଯାଇଛି।
ସେହିପରି କୁଶମେଲ ସେକ୍ସନ ମଧ୍ୟ ଫଡ଼ିଘର ମରାମତି ଟଙ୍କା ଏବଂ କେନ୍ଦୁପତ୍ର ରଚାଇବୁହାଇ, ପଣିଝରାଇ ଓ ମଚାନ କାମ ଟଙ୍କା ଶ୍ରମିକଙ୍କୁ ମିଳି ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଲୋଇସିଂହା ରେଞ୍ଜ ଅଧିକାରୀ ଶେଷ ଦେବ ମେହେର କହିଛନ୍ତି, ସରକାର ପରିବର୍ତ୍ତନ ପରେ ଟଙ୍କା ରିଲିଜ ହୋଇନହିଁ। ଟଙ୍କା ନ ଥିଲେ କେମିତି ଭାବେ ଶ୍ରମିକଙ୍କୁ ପାଉଣା ଦେବୁ। ପଡ଼ୋଶୀ ରେଞ୍ଜରେ ଶ୍ରମିକଙ୍କ ପାଉଣା ହୋଇ ସାରିଥିବା କହିବାରୁ କଥାକୁ ଏଡ଼ାଇ ଯାଇଥିଲେ। ଫଡ଼ି ମରାମତି ଅନିୟମିତତାକୁ ଏହା ସାଧାରଣ କାମ। ଆବଶ୍ୟକ ଅନୁଯାୟୀ କରାଯାଇଛି। ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri