ପରାଜୟ ପରେ ମମତାଙ୍କୁଠୁ ଦୂରୋଉଛନ୍ତି କର୍ମୀ, ଇସ୍ତଫା ଦେଲେ ୧୦୦ କାଉନସିଲର

କୋଲକାତା,୨୭ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପରାଜୟ ପରେ ନେତା ଓ କର୍ମୀମାନେ ଦଳରୁ ଦୂରେଇବା ଆରମ୍ଭ କରିଛନ୍ତି। ଏମ୍‌ପି କାକୋଲି ଘୋଷ ଦସ୍ତିଦାରଙ୍କ ଭଳି ବରିଷ୍ଠ ନେତାମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଟିଏମ୍‌ସି ନିୟନ୍ତ୍ରିତ ପୌରସଂସ୍ଥାଗୁଡ଼ିକରେ ବିଦ୍ରୋହ ଦେଖାଦେଇଛି। କିଛିଦିନ ମଧ୍ୟରେ ବିଭିନ୍ନ ମ୍ୟୁନିସିପାଲିଟିର ପାଖାପାଖି ୧୦୦ କାଉନସିଲର ଇସ୍ତଫା ଦେଇସାରିଲେଣି। ମୁଖ୍ୟ ବିରୋଧୀ ଦଳରେ ଫାଟ ଭାଜପାକୁ ପୌରସଂସ୍ଥାଗୁଡ଼ିକରେ ନିଜ ସ୍ଥିତି ଦୃଢ଼ କରିବା ସୁଯୋଗ ଦେଇଛି। ବିଭିନ୍ନ ମ୍ୟୁନିସିପାଲ ବୋର୍ଡରେ ସଙ୍କଟ ଏଭଳି ସ୍ତରରେ ପହଞ୍ଚତ୍ଛି ଯେ, ଆସନ୍ତାବର୍ଷ ନିର୍ବାଚନ ହେବା ପୂର୍ବରୁ ଏହା ଭାଙ୍ଗିଯାଇପାରେ। ଏପରିକି ମମତାଙ୍କ ଘନିଷ୍ଠ ସହଯୋଗୀ କୋଲକାତା ମେୟର ଫିରହାଦ ହାକିମ ମଧ୍ୟ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Share