ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ ୨୫।୬: ବାଲେଶ୍ୱର ରେଳଷ୍ଟେସନ ନିକଟସ୍ଥ ଅଙ୍ଗାରଗଡିଆ ଗେଟ୍‌ ରେଳବାଇର ଏକ ବ୍ରିଜ୍‌ କାମ ବେଳେ ଅଘଟଣ। ଗୁରୁବାର ସକାଳେ ଏକ ସ୍ଲାବକୁ ଟ୍ରାକ୍ଟରଟି ନେଇକି ଯାଉଥିବା ବେଳେ ଓଲଟି ପଡିଥିଲା। ତେବେ ଉକ୍ତ ସ୍ଲାବ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ସୁନା ରାମ ସୋରେନ (୨୮)। ଶିଳ୍ପାଞ୍ଚଳ ଥାନା ଅଙ୍ଗାରଗଡ଼ିଆ ନିକଟରେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।