ସବୁଜିମା ଚିନ୍ତାରେ ଶ୍ରମଜୀବୀ

ସାତମାଇଲ, ୩।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନନ୍ଦପୁର ଗ୍ରାମର ଗୋପବନ୍ଧୁ ବେହେରା। ବୟସ ମାତ୍ର ୩୮। ସ୍ତ୍ରୀ, ଦୁଇପୁଅ, ବିଧବା ମା’ଙ୍କୁ ନେଇ ତାଙ୍କ ପରିବାର। ମୁଣ୍ଡଝାଳ ତୁଣ୍ଡରେ ମାରି ଦିନସାରା ହାଡ଼ଭଙ୍ଗା ପରିଶ୍ରମ ପରେ ଯେତିକି ପାରିଶ୍ରମିକ ମିଳେ, ସେଥିରେ ବଡ଼କଷ୍ଟରେ ଚଳେ ପରିବାର। ତଥାପି ନିଜର ଅଭାବୀ ଜୀବନ ମଧ୍ୟରେ ସେ କିନ୍ତୁ ଭୁଲିନାହାନ୍ତି ପରିବେଶ ପ୍ରତି ରହିଥିବା ଦାୟିତ୍ୱ। ଦୀର୍ଘ ୧୫ ବର୍ଷ ଧରି ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଚାରା ଲଗାଇ ସ୍ଥାନୀୟ ଅଞ୍ଚଳରେ ଗୋପବନ୍ଧୁ ସୃଷ୍ଟି କରିଛନ୍ତି ନିଆରା ପରିଚୟ।
ଚାରା ଲଗାଇବା ନିଶା ସମ୍ପର୍କରେ ଗୋପବନ୍ଧୁ କୁହନ୍ତି, ଏବେ ଜଳବାୟୁ ଯେଉଁଭଳି ବଦଳୁଛି, ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ନ ହେଲେ ଆଗକୁ ବିପଦ ମାଡ଼ିଆସିବ। ଆମ ପିଲାମାନେ ହଇରାଣ ହେବେ। ସେଥିପାଇଁ ସେ ପିଲାଦିନରୁ ଗଛ ଲଗାଇବାକୁ ପଣ କରିଛନ୍ତି। ଏଥିରେ ତାଙ୍କ ମା’ଙ୍କ ପ୍ରେରଣା ବେଶ୍‌ କାମରେ ଆସିଛି । ଇତିମଧ୍ୟରେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ, ଦେବାଳୟ, ରାସ୍ତାପାର୍ଶ୍ୱ, ଅନାବାଦୀ ଜମିରେ ପ୍ରାୟ ୨୫ ପ୍ରଜାତିର ୧୫୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି। ଖାଲି ସମୟରେ ସେ କୋଡ଼ି, କୋଦାଳ ଧରି ଗଛ ଲଗାନ୍ତି। ଯେପରି ଗୋରୁ ସେଗୁଡ଼ିକୁ ନ ଖାଇପାରିବେ, ତାହାର ବ୍ୟବସ୍ଥା କରନ୍ତି। ସେ ଲଗାଇଥିବା ବହୁ ଗଛ ଏବେ ବଡ଼ ହୋଇ ପଥଚାରୀଙ୍କୁ ଛାଇ ଦେଉଛି। ଆଗକୁ ଏହି ଅଭିଯାନ ଜାରି ରହିବ। ସରକାରୀସ୍ତରରେ ତାଙ୍କୁ ଚାରା ଯୋଗାଇ ଦେଲେ ସେ ଏହି କାମକୁ ଠିକ୍‌ ଭାବେ କରିପାରିବେ ବୋଲି ଗୋପବନ୍ଧୁ କହିଛନ୍ତି।
ମାତ୍ର ୩ୟ ଶ୍ରେଣୀଯାଏ ପଢିଥିବା ଗୋପବନ୍ଧୁଙ୍କ ଏଭଳି ନିଆରା କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟୁଥିବାବେଳେ ଖଜୁରିଆକଟାସ୍ଥିତ ଓଡ଼ିଶା ନଲେଜ କର୍ପୋରେଶନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଶାଖା ପରିଚାଳକ ପ୍ରଶାନ୍ତ ଜେନାମଣି ନବବର୍ଷ ଉପଲକ୍ଷେ ତାଙ୍କୁ ସମ୍ମାନିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri