ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି। ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାଜପୁର ଜିଲାରେ ଗତ ୩ ବର୍ଷର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାରକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ହ୍ରାସ ପାଇଛି, ଯାହାକି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠୁଛି।
ଜିଲାର କଳିଙ୍ଗନଗରରେ ଏକାଧିକ ଶିଳ୍ପ କାରଖାନା ଗଢି ଉଠିଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଶିକ୍ଷିତ ଯୁବତୀଯୁବକଙ୍କ ଭଳି ଶ୍ରମିକ ଶ୍ରେଣୀ ମଧ୍ୟ ରାଜ୍ୟ ବାହାରର ଶିଳ୍ପ ଉପରେ ନିର୍ଭରଶୀଳ ହୋଇଛନ୍ତି। ହେଲେ ଶ୍ରମିକମାନଙ୍କୁ ନିଜସ୍ବ ଗ୍ରାମରେ କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। କିନ୍ତୁ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସରୁ ନ ଥିବାରୁ ଶ୍ରମିକମାନଙ୍କୁ ଦିନ ଦିନ ଧରି ବିନା କାମରେ ରହିବାକୁ ପଡ଼ୁଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜିଲାରେ ୫୫,୭୫୬ଟି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିରୁ ୫୩,୪୫୬ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲାବେଳେ ୨୩୦୦ଟି ଅସମ୍ପୂର୍ଣ୍ଣ ରହିଥିଲା। ଅର୍ଥାତ୍‌ ୯୫.୮୭% ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ବର୍ଷ ଜିଲାର ସମସ୍ତ ବ୍ଲକରେ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ୯୦%ରୁ ଉର୍ଦ୍ଧ୍ୱ ଥିଲା। ୨୦୧୮-୧୯ ବର୍ଷରେ କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ବହୁ ପରିମାଣରେ ହ୍ରାସ ପାଇଥିଲା। ଏହି ବର୍ଷ ୧୫,୦୭୬ଟି ପ୍ରକଳ୍ପ ଆରମ୍ଭ ହୋଇଥିଲାବେଳେ ୧୨,୩୬୮ଟି ସମ୍ପୂର୍ଣ୍ଣ ହୋଇଥିଲା। ୨୭୦୮ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇଥିବାରୁ ସମ୍ପୂର୍ଣ୍ଣ ହାର ୮୨.୦୪%ରେ ସୀମିତ ରହିଥିଲା। ଏପରି କି ଏହି ବର୍ଷ ପ୍ରକଳ୍ପ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପ୍ରାୟ ୪ ଭାଗ କମ୍‌ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ମାତ୍ର ୪୯.୧୯ %ରହିଥିଲା। ଏହିବର୍ଷ ୨୦,୭୨୫ଟି ପ୍ରକଳ୍ପ ମଧ୍ୟରୁ ୧୦,୧୯୪ ସମ୍ପୂର୍ଣ୍ଣ ଏବଂ ୧୦,୫୩୧ ଅସମ୍ପୂର୍ଣ୍ଣ ରହିଥିଲା। ବରୀ ବ୍ଲକରେ ସର୍ବନିମ୍ନ ୭୦.୮% ରହିଥିଲା। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷରେ ଶ୍ରମିକ ଶ୍ରେଣୀ ଲୋକ କାମ ନ ପାଇ ବାହାର ରାଜ୍ୟକୁ ଅଧିକ ସଂଖ୍ୟାରେ ଦାଦନ ଖଟିବାକୁ ଯାଇଥିଲେ ବୋଲି କୁହାଯାଉଛି। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଏଯାଏ ୨୬୭୧ଟି ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ସେଥିରୁ ମାତ୍ର ୭୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏଠାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହାର ମାତ୍ର ୨.୨୭% ରହିଛି।
ଦୁର୍ଭାଗ୍ୟର କଥା, ଯେଉଁସବୁ ଯୋଜନା ଯେଉଁ ଅଞ୍ଚଳ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି ସେଠାରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦାଦନ ଶ୍ରମିକ ରୋକିବାକୁ ଏକ ଲୋକାଭିମୁଖୀ ଯୋଜନା। ଅଥଚ ସମ୍ପୃକ୍ତ ଅଧିକାରୀମାନେ ମିଥ୍ୟା ବିଲ୍‌ ଓ ମେଶିନ ଦ୍ୱାରା କାମ କରି ଶ୍ରମିକଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଆସୁଛି। ଫଳରେ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାରୁ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଉତ୍କଟ ରୂପ ଧାରଣା କରୁଛି ବୋଲି ମତପ୍ରକାଶ ପାଇଛି। ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ କହିଛନ୍ତି, ଉପଯୁକ୍ତ ଜଳସେଚନ ଅଭାବରୁ ବହୁ ଜମି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଆମ ରାଜ୍ୟରେ ପର୍ଯ୍ୟାପ୍ତ କାମ ନ ଥିବାରୁ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ଗଲେ। ସମ୍ପ୍ରତି କରୋନା ମହାମାରୀ ଯୋଗୁ ସବୁଆଡେ ଜୀବନଜୀବିକା ବିପନ୍ନ। ଏହି ସମୟରେ ପୋଖରୀ, କେନାଲ, ନଦୀର ପ୍ରଶସ୍ତୀକରଣ, ରାସ୍ତାକାମ, ବୃକ୍ଷରୋପଣ ପ୍ରମୁଖ କାର୍ଯ୍ୟ ମାଧ୍ୟମରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଦାବି କରାଯାଇଛି। ଗତ ମେ ମାସରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବାରେ ରାଜ୍ୟରେ ଯାଜପୁର ଜିଲା ୪ର୍ଥ ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୫,୭୩୧ ପରିବାରର ୧୨,୩୮,୮୭୪ କର୍ମଦିବସ ସୃଷ୍ଟି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ହ୍ରାସ ସମ୍ପର୍କରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ଚାଲୁ ରହିଥିବା ଏକ ପ୍ରକ୍ରିୟା। ତେବେ ଶ୍ରମିକମାନଙ୍କୁ କାମ ଯୋଗାଇବା ସକାଶେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ କର୍ମଦିବସ ସୃଷ୍ଟି କରିବାରେ ଜିଲା ରେକର୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri