ଆମପାଣି ଫରେଷ୍ଟରଙ୍କ ନାଁରେ ଶ୍ରମିକଙ୍କ ଅର୍ଥ ଆତ୍ମସାତ ଅଭିଯୋଗ: ତଦନ୍ତ ଲାଗି ପହଞ୍ଚିଲେ ଡେପୁଟି କଞ୍ଜରଭେଟର

କୋକସରା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସ୍‌ଏସ୍‌ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାବେଳେ ଶ୍ରମିକଙ୍କ ମଜୁରି ଟଙ୍କା ମଧ୍ୟ ଦେବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହାକୁ ବିରୋଧ କରି ସୋମବାର ଭିଏସ୍‌ଏସ୍‌ କମିଟିର କର୍ମକର୍ତ୍ତା ଓ ଶ୍ରମିକମାନେ ଆମପାଣି ଫରେଷ୍ଟ ଅଫିସ ଆଗରେ ପ୍ରତିବାଦ ଓ ଧାରଣା ଦେଇଥିଲେ । ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ପହଞ୍ଚି ମଙ୍ଗଳବାର ବିଭାଗୀୟ ଅଧିକାରୀ ତଦନ୍ତରେ ଆସିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ଆନ୍ଦୋଳନକାରୀ। ଏହି ଘଟଣାର ତଦନ୍ତରେ ମଙ୍ଗଳବାର କଳାହାଣ୍ଡି ଆଞ୍ଚଳିକ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଡେପୁଟି କଞ୍ଜରଭେଟର ଦିବାକର ବେହେରା ଓ ଏସିଏଫ୍‌ ଅନିଲ ରାୟ ପହଞ୍ଚି ଭିଏସ୍‌ଏସ୍‌ କମିଟିର ସଭାପତି ଓ ଶ୍ରମିକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

ବନପାଳ ଭିଏସ୍‌ଏସ୍‌ ସଭାପତିମାନଙ୍କ ଡୁପ୍ଲିକେଟ ଦସ୍ତଖତ କରି ନିଜେ ଲକ୍ଷ ଲକ୍ଷ ଟଙ୍କା ଏକାଉଣ୍ଟରୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଘଟଣାର ସରଜମିନ ତଦନ୍ତ କରି ସମସ୍ତ କାଗଜପତ୍ର ଯାଞ୍ଚ ପରେ ଯଦି କୌଣସି ବନ କର୍ମଚାରୀ ଏହି ଘଟଣାରେ ଦୋଷୀ ଅଛନ୍ତି ଯାଞ୍ଚରେ ତଦନ୍ତ ପରିସରଭୁକ୍ତ ହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆମ ଜଙ୍ଗଲ ଯୋଜନାରେ କାମ କରିଥିବା ଯେଉଁ ଶ୍ରମିକଙ୍କ ମଜୁରି ମିଳିନାହିଁ ସେମାନଙ୍କ ପ୍ରାପ୍ୟ ଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି । ଏହି ତଦନ୍ତ ସମୟରେ ଫରେଷ୍ଟରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଥିବା ଭିଏସ୍‌ଏସ୍‌ କମିଟି ନୁଆଗାଁ ଉପରପଡା ସଭାପତି ଟିକଚନ ମାଝୀ, ନୁଆଗାଁ ତଲପଡା ସଭାପତି ଚକ୍ରଧର ବାଗ, କନ୍ଦାଗଡ ବାଲିପଡା ସଭାପତି ଦୈତାରୀ ଦଳପତି, କନ୍ଦାଗଡ ସଭାପତି ନିରଞ୍ଜନ ନାଏକ, ଟିକ୍ରାପଡା ସମ୍ପାଦକ ସଦା ମାଝୀ, ଯୁବନେତା ଜିତେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗୀନି ହଂସ, ସୁବାଷ ଖର୍ସେଲ, ସନ୍ତୋଷ ମାଝୀ ସମେତ କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକ ଉପସ୍ଥିତ ରହିଥିଲେ । ଧର୍ମଗ ରେଞ୍ଜ ଅଫିସର ଭବାନୀ ଶଙ୍କର କାଉର, ଫରେଷ୍ଟର ଜଗନ୍ନାଥ ନାଗ, ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର, ସୁଧାଂଶୁ ସାହୁ, ମୂରଲୀଧର ପଣ୍ଡା ଓ ଅନ୍ୟ ବନ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri