କାରାଗାର ୪ ମହଲା କୋଠାରୁ ଖସି ପଡ଼ିଲେ ଶ୍ରମିକ

କୋରାପୁଟ,୨୮।୧୨(ଅମିତାଭ ବେହେରା ): କୋରାପୁଟ ମଣ୍ଡଳ କାରାଗାର ନିର୍ମାଣଧୀନ ଏକ ୪ ମହଲା କୋଠାରୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକ ଜଣକ ହେଲେ ଆର୍‌ ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ହାଉସିଂ ବୋର୍ଡ଼ ପକ୍ଷରୁ କୋରାପୁଟ ମଣ୍ଡଳ କାରାଗାର ଏକ କୋଠାର ନିର୍ମାଣ କାମ ଚାଲିଛି। ଏଥିରେ ନିୟୋଜିତ ଶ୍ରମିକ ପ୍ରଧାନ ୪ ମହଲାରୁ ଖସି ପଡିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।