କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧

ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍‌ର ରକ୍ଷଣାବେକ୍ଷଣ ସହ ଫିକଲ ସ୍ଲଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏଫ୍‌ଏସ୍‌ଟିପି)ରେ ହେବାକୁ ଥିବା ମତ୍ସ୍ୟଚାଷ ମଧ୍ୟ କିନ୍ନର କରିବେ। କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅନୁଗୋଳ ପୌରପାଳିକା ପକ୍ଷରୁ ଏପରି ଯୋଜନା କରାଯାଇଥିବା ବେଳେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକାରେ ଥିବା ୨୩ଟି ୱାର୍ଡରୁ କିନ୍ନରମାନେ ଅଳିଆ ଉଠାଇବେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ୟାଟେରି ଚାଳିତ ଗାଡ଼ି ଅଣାଯାଇଛି। ଆଗାମୀ ଦିନରେ ଆଉ ୪ଟି ଗାଡ଼ି ଆସିବାର ଯୋଜନା ରହିଛି। ଉକ୍ତ ଗାଡ଼ିରେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯିବ। ପ୍ରତ୍ୟେକ ଗାଡ଼ିରେ ଜଣେ ଚାଳକ ଓ ଜଣେ ହେଲପରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଜିପିଏସ୍‌ ସିଷ୍ଟମ ଲଗାଯାଇ ରୁଟ୍‌ ମ୍ୟାପ୍‌ ପ୍ରଦାନ କରାଯିବ। କେଉଁ ଗାଡ଼ି କେଉଁ ଅଞ୍ଚଳକୁ ଯିବ, ତାହାର ସମ୍ପୂର୍ଣ୍ଣ ବିବରଣୀ ପୌରପାଳିକା ନିକଟରେ ରହିବ। ଏହାର ପରିଚାଳନା କରିବାକୁ ପୌର କାର୍ଯ୍ୟାଳୟରେ ଏକ ସେଲ୍‌ ଗଢ଼ାଯିବ। ଦୈନିକ ସକାଳୁ ସହରବାସୀ ଓଦା ଓ ଶୁଖିଲା ଅଳିଆକୁ ପୃଥକ ପୃଥକ୍‌ ଭାବେ ଗାଡ଼ିରେ ପ୍ରଦାନ କରିବେ। ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ମେଡିକାଲ ଛକରେ ଖୋଲାହେବାକୁ ଥିବା ଇ-ଟଏଲେଟ୍‌ ପରିଚାଳନା ଦାୟିତ୍ୱ ମଧ୍ୟ କିନ୍ନରଙ୍କ ହାତରେ ରହିବ। ଏହି ଟଏଲେଟ୍‌ ନିକଟରେ କିନ୍ନରମାନଙ୍କ ପକ୍ଷରୁ ଏକ ଛୋଟ ଦୋକାନ ନିର୍ମାଣ କରିବାକୁ ପୌରପାଳିକାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ସହରର ମଳ ପଞ୍ଚମହଲାରେ ନିର୍ମାଣ ହୋଇଥିବା ଏଫ୍‌ଏସ୍‌ଟିପିରେ ପଡ଼ୁଛି। ସେଠାରେ ଥିବା ପୋଖରୀରେ ମାଛ ଚାଷ କରାଯିବ ବୋଲି ପୌରପାଳିକା ପକ୍ଷରୁ ଯୋଜନା ରହିଛି। ଏହି ମାଛ ଚାଷରେ କିନ୍ନରମାନେ ନିୟୋଜିତ ହେବେ। ଏଥିପାଇଁ ସହରର ୧୦ ଜଣ କିନ୍ନରଙ୍କୁ ନେଇ ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଢ଼ାହୋଇଛି। ସେମାନଙ୍କ ନାମରେ ବ୍ୟାଙ୍କରେ ପାସ୍‌ବୁକ୍‌ ଖୋଲା ସରିଛି। ଗାଡ଼ି ଚଳାଇବା ପାଇଁ ଡ୍ରାଇଭିଂ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବାକୁ ପୌର ପ୍ରଶାସନର ଏପରି ଯୋଜନାକୁ ସହରବାସୀ ପ୍ରଶଂସା କରିଛନ୍ତି।
୮ଟି ଗାଡ଼ିରେ ଅଳିଆ ଉଠାଯିବ
ବ୍ୟାଟେରି ଚାଳିତ ଗାଡ଼ିରେ ଅଳିଆ ଉଠାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଚାରୋଟି ଗାଡ଼ି ପୌରପାଳିକାରେ ରହିଛି। କିନ୍ନରମାନେ ଏହି ଗାଡ଼ି ନେଇ ଅଳିଆ ଉଠାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୪ଟି ଗାଡ଼ି ସହରକୁ ଆସିବ। ଏହାଦ୍ୱାରା ୨୩ଟି ୱାର୍ଡରୁ ଅଳିଆ ଉଠାଯିବ ସହଜ ହେବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ଆଉ ଟାହିଟାପରା ଶୁଣିବାକୁ ପଡ଼ିବ ନାହିଁ
ଅନୁଗୋଳର କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୌରପ୍ରଶାସନର ଏହି ଉଦ୍ୟମ ପ୍ରଶଂସନୀୟ। ଏଥିପାଇଁ ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଶାସନ ନିକଟରେ କୃତଜ୍ଞ। କିନ୍ନରମାନଙ୍କ ପ୍ରତି ସମାଜରେ ଥିବା ଖରାପ ଚିନ୍ତାଧାରା ଏହାଦ୍ୱାରା ଦୂର ହେବ। ସ୍ବାଭିମାନର ସହ କାର୍ଯ୍ୟ କରିବାରୁ ସେମାନଙ୍କୁ ଆଉ ଟାହିଟାପରା ଶୁଣିବାକୁ ପଡ଼ିବ ନାହିଁ।
-ଭାନୁପ୍ରିୟା ସାମଲ, ସୁପରଭାଇଜର, ସପ୍ତରଙ୍ଗ ଏସ୍‌ଏଚ୍‌ଜି
ସ୍ବାଗତଯୋଗ୍ୟ ପଦକ୍ଷେପ
କିନ୍ନରମାନଙ୍କ ପାଇଁ କର୍ମ ନିୟୋଜନ ସୃଷ୍ଟି କରାଯିବା ନିଶ୍ଚିତ ଏକ ଭଲ ପଦକ୍ଷେପ। ସେମାନେ ଘର ଘର ବୁଲି ଅଳିଆ ସଂଗ୍ରହ କଲେ ସହରବାସୀଙ୍କୁ ଆଉ ଏଥିପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଠିକ୍‌ ସମୟରେ ଗାଡ଼ି ନେଇ ଘର ଦୁଆରୁ ଅଳିଆ ଅଣାଯିବା କାର୍ଯ୍ୟ ଭଲ ଭାବେ ପରିଚାଳନା ହେବା ଦରକାର। ଏହାଦ୍ୱାରା ସହର ଅଧିକ ପରଷ୍କାର ରହିବ।
-ରଞ୍ଜନ ବାରିକ, ଅନୁଗୋଳ
ଗାଡ଼ି ଚାଳନା ପ୍ରଶିକ୍ଷଣ ଆରମ୍ଭ ହେଲାଣି
ପୌରପ୍ରଶାସନ କିନ୍ନରମାନଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ଧନ୍ୟବାଦ। ସପ୍ତରଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଯେଉଁମାନେ ବ୍ୟାଟେରି ଚାଳିତ ଗାଡ଼ି ଚଳାଇବେ, ଇ-ଟଏଲେଟ୍‌ ପରିଚାଳନା ଓ ମାଛ ଚାଷ କରିବେ ସେମାନଙ୍କୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତାଲିମ ଦିଆଯାଉଛି। ଏହାକୁ ନେଇ କିନ୍ନରମାନେ ବେଶ୍‌ ଖୁସି ଅଛନ୍ତି।
-ସୁହାନୀ ଦେହୁରୀ, ସଭାପତି, ସପ୍ତରଙ୍ଗ ଏସ୍‌ଏଚ୍‌ଜି

 


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri