Categories: ଜାତୀୟ

୧୦ଟା ରୁ ୫ଟା ନୁହେଁ, ଏହାଠାରୁ ଅଧିକ ସମୟ କାମ କରନ୍ତୁ: ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧାମିଙ୍କ ଚେତାବନୀ…

ଡେରାଡୁନ,୧୫।୧୧ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଔପଚାରିକତାଠାରୁ ଦୂରେଇ କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି। ଧାମି ଖୋଲାଖୋଲି ଭାବେ କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ସମସ୍ତଙ୍କୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଔପଚାରିକତାଠାରୁ ଦୁରେଇ ରହି ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ। ସେ ଏକ ସ୍ପଷ୍ଟ ଭାବେ ଗହିଛନ୍ତି ଯେ ଯେଉଁମାନେ କେବଳ ଔପଚାରିକତା ପାଇଁ କାମ କରୁଛନ୍ତି ସେମାନଙ୍କୁ ସୁରକ୍ଷା ଦିଆଯିବ ନାହିଁ ଏବଂ ଯେଉଁମାନେ ରାଜ୍ୟର ସ୍ବାର୍ଥ ପାଇଁ ପରିଶ୍ରମ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରାଯିବ।

ରାଜ୍ୟର ଉନ୍ନତି ପାଇଁ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। କିନ୍ତୁ ଅଧିକାରୀ ଏବଂ କର୍ମଚାରୀଙ୍କ ସହଯୋଗ ନମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ରାତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବାକୁ ସରକାରୀ କର୍ମଚାରୀଙ୍କୁ କହିଛନ୍ତି। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ଏଭଳି ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ, ଯେଉଁମାନେ ସେମାନଙ୍କ କାର୍ଯ୍ୟକୁ କେବଳ ଔପଚାରିକ କରିଛନ୍ତି। ଏଥି ସହିତ ଉଚ୍ଚ ସ୍ତରୀୟ ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପୂରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
ଧାମିଙ୍କ ଏଭଳି ମନ୍ତବ୍ୟ ନେଇ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ କଟାକ୍ଷ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ସେ ସରକାରୀ କର୍ମଚାରୀଙ୍କ ସହଯୋଗ ପାଉନାହାନ୍ତି। ଏହି କାରଣରୁ ଏବେ ତାଙ୍କୁ ଏଭଳି ପଦକ୍ଷେପ ସମ୍ପର୍କରେ କହିବାକୁ ପଡିଛି।

Share