ପୂତିଗନ୍ଧମୟ ପରିବେଶରେ ୧୫ ନମ୍ବର ୱାର୍ଡ

ନବରଙ୍ଗପୁର,୧୩।୭(ସଦାଶିବ ପ୍ରହରାଜ)ପୌରସଂସ୍ଥା ସାହି ଗଳିରୁ ଆବର୍ଜନା ଉଠାଇବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସହରର ଆବର୍ଜନା ଆଶାଜନକକ ଭାବେ ହଟି ପାରୁନାହିଁ। ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡବାସୀ। ଏହାକୁ ନେଇ ସ୍ଥାନୀୟ ଗବିରିଏଲଗୁଡ଼ାରେ ୱେଲଥ୍‌ ସେଣ୍ଟରରେ ଉତ୍ତେଜନା ଦେଖାଦେଇଥିଲା। ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଓ ପୌରାଧ୍ୟକ୍ଷ କୁନୁ ନାୟକ ୱେଲଥ ସେଣ୍ଟରକୁ ଆସି ଲୋକଙ୍କ ଅଭିଯୋଗକୁ ସ୍ବୀକାର କରିଥିଲେ। ସପ୍ତାହକ ମଧ୍ୟରେ ଲାଗିରହିଥିବା ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ମାନେ ପ୍ରତିଶ୍ରୁତି ଦେଇଛନ୍ତି।
ସହରର ବିଭିନ୍ନ ୱାର୍ଡରୁ ଆବର୍ଜନା ଉଠାଇବା ପରେ ଗବିରିଏଲଗୁଡ଼ାରେ ୱେଲଥ୍‌ ସେଣ୍ଟରକୁ ଅଣାଯାଉଛି। ପରେ ସେଠାରେ ପଲିଥିନ ଓ ପ୍ଲାଷ୍ଟିକ ଆଦି ଅଲଗା କରିବା ପରେ ପୋଚା ସଢା ଆବର୍ଜନାରୁ ଖତ ପ୍ରସ୍ତୁତ କରାଯାଉଛି। ଯେଉଁ ଖତ କିଲୋ ୨୦ ଟଙ୍କାରେ ବିକ୍ରି ମଧ୍ୟ ହେଉଛି। ତେବେ ୱେଲଥ ସେଣ୍ଟର ୧୫ ନମ୍ବର ୱାର୍ଡର ସାହି ମଧ୍ୟରେ ରହିଥିବାରୁ ମଶା ମାଛିର ପ୍ରାଦୁର୍ଭାବ ବଢୁଛି। ପ୍ଲାଷ୍ଟିକ ଓ ପଲିଥିନ ଅଲଗା କରାଯିବା ପରେ ଆବର୍ଜନାଗୁଡିକ ସହର ବାହାରକୁ ନେଇ ଡ଼ମ୍ପିଙ୍ଗ ୟାଡ଼ରେ ପକାଇବାକୁ ନିୟମ ରହିଛି। କିଛିମାସ ହେବ ୱେଲ୍‌ଥ ସେଣ୍ଟରକୁ ସହରର ଆବର୍ଜନା ଆସିବା ପରେ ଆଉ ଡ଼ମ୍ପିଙ୍ଗ ୟାଡ଼କୁ ଯାଉ ନାହିଁ। ସେଣ୍ଟର ମଧ୍ୟରେ ଥିବା ଆବର୍ଜନାକୁ ଟ୍ରାକ୍ଟର ମାଧ୍ୟମରେ ବୁଧବାର ଉଠାଯାଉଥିଲା। ରାସ୍ତା ଉପରେ ଆବର୍ଜନାଗୁଡିକ ପକାଇ ପକାଇ ନେଉଥବବାରୁ ସାହି ସାରା ଦୁର୍ଗନ୍ଧ ବ୍ୟାପିଥିଲା। ଲୋକେ ଅତିଷ୍ଠ ହେବାପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଓ ପୌରାଧ୍ୟକ୍ଷ କୁନୁ ନାୟକ ୱେଲଥ ସେଣ୍ଟରକୁ ଆସି ଲୋକଙ୍କ ଅଭିଯୋଗକୁ ସ୍ବୀକାର କରିଥିଲେ। ରାସ୍ତାରେ ଆବର୍ଜନା ପଡିବ ନାହିଁ। ପଡିଥିବା ଆବର୍ଜନା ତୁରନ୍ତ ସଫେଇ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri