ଉଲେନ୍‌ ଫ୍ୟାଶନ୍‌

ଶୀତଦିନେ ଅନେକେ ଭଳିକି ଭଳି ଜ୍ୟାକେଟ୍‌ ଏବଂ
ସ୍ବେଟର ପିନ୍ଧିଥାନ୍ତି। ହେଲେ ଶାଢ଼ି, ଡ୍ରେସ ଏବଂ ଜିନ୍ସ ଆଦି ଡିଫରେଣ୍ଟ ଆଉଟ୍‌ଫିଟ୍‌ ସହିତ କେଉଁ ସବୁ ଉଲେନ୍‌ ଓ୍ବିଣ୍ଟରଡ୍ରେସ୍‌ ବ୍ୟବହାର କଲେ ଟ୍ରେଣ୍ଡି ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ ଜାଣିରଖନ୍ତୁ ଟିପ୍ସ…

ଉଲେନ୍‌ କୁର୍ତ୍ତା ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାକୁ ଜିନ୍ସ ପ୍ୟାଣ୍ଟ, ଲେଗିଙ୍ଗ୍ସ, ପ୍ଲାଜୋ ଆଦି ସହ ପିନ୍ଧିପାରିବେ। ଏହା ଏଥିନିକ ଲୁକ୍‌ ଦେବା ସହ ଷ୍ଟାଇଲିଶ୍‌ ମଧ୍ୟ ଲାଗିବ। କେବଳ ଲଙ୍ଗ୍‌ ନୁହେଁ ଉଲେନ୍‌ ଶର୍ଟ କୁର୍ତ୍ତି ମଧ୍ୟ ବଜାରରେ ଉପଲବ୍ଧ, ଯାହାକୁ ଟ୍ରାଏ କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
ଯଦି ଆପଣ ଟପ୍‌ ପିନ୍ଧୁଛନ୍ତି ତେବେ ସେଥିରେ ଉଲେନ୍‌ ଜ୍ୟାକେଟ୍‌ ଟିମ୍‌ଅପ୍‌ କରନ୍ତୁ। ଏବେ ଲାଇଟ୍‌, ଡାର୍କ, ଡେନିମ୍‌ ଏବଂ ଭାଇବ୍ରାଣ୍ଟ କଲର୍‌ ସହିତ ଭଳିକି ଭଳି ଆଟ୍ରାକ୍ଟିଭ୍‌ ଡିଜାଇନ୍‌ର ଉଲେନ୍‌ ଜ୍ୟାକେଟ୍‌ ମାର୍କେଟ୍‌ରେ ଉପଲବ୍ଧ। ଟପ୍‌ ଛଡ଼ା ଯେକୌଣସି କୁର୍ତ୍ତିରେ କିମ୍ବା ସ୍ଲିଭଲେସ୍‌ କୁର୍ତ୍ତିରେ ଏହାକୁ କ୍ୟାରି କଲେ ଫ୍ୟାଶନେବଲ୍‌ ଲାଗିବେ।
ଉଲେନ୍‌ର ବ୍ଲେଜର୍‌ ଓ ପ୍ୟାଣ୍ଟ ପିନ୍ଧିପାରିବେ। ଶୀତଦିନେ ଏହା ଅଫିସିଆଲ୍‌ ଆଉଟ୍‌ଫିଟ୍‌ ସହ ପିନ୍ଧିଲେ କ୍ଲାସି ଦେଖାଯିବେ। ପ୍ୟାଣ୍ଟ ଓ ବ୍ଲେଜର ମ୍ୟାଚିଙ୍ଗ କଲର୍‌ର ମଧ୍ୟ ପାଇପାରିବେ। ଷ୍ଟାଇଲିଶ୍‌ କୋର୍ଟ କିମ୍ବା ବ୍ଲେଜର୍‌ ସହ ଉଲେନ୍‌ ପ୍ୟାଣ୍ଟ ଓ ଡେନିମ ପିନ୍ଧିପାରିବେ।
ବର୍ତ୍ତମାନ ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ଉଲେନ୍‌ ଓଭର କୋଟ୍‌ ମିଳୁଛି। ଶାଢ଼ି ସହିତ ଏହି ଓଭର କୋଟ୍‌ ବେଶ୍‌ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ସ୍ଲିଭ୍‌ଲେସ୍‌ ଉଲେନ୍‌ ସ୍ବେଟର୍‌ କିମ୍ବା ଜ୍ୟାକେଟ୍‌କୁ ମଧ୍ୟ ନିଜ ଓ୍ବିଣ୍ଟର କଲେକ୍ସନ୍‌ରେ ସାମିଲ କରନ୍ତୁ। କାରଣ ଯେକୌଣସି ଆଉଟ୍‌ଫିଟ୍‌ ସହିତ ଟିମ୍‌ ଅପ୍‌ କଲେ ଫ୍ୟାଶନେବଲ୍‌ ଲାଗିଥାଏ।