ପଦ୍ମପୁର,୧୧ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ଥାନା କୁଦୁଲା ଗ୍ରାମରେ ଏକ ଖଇରକାଠ ବୋଝେଇ ପିକଅଫ ଗାଡ଼ି (ଓଆର୍୦୮ଡି୫୨୧୧)କୁ ପଦ୍ମପୁର ବନ ବିଭାଗ ଟିମ୍ ଜବତ କରିଛି। ଏହି ଘଟଣାରେ ଗାଇସିଲେଟ ଥାନା ଅନ୍ତର୍ଗତ କଠଉମାଲ ଗ୍ରାମର ଡ୍ରାଇଭର ବେଲମତି ସାହୁଙ୍କୁ ପଦ୍ମପୁର ରେଞ୍ଜ ଅଫିସ କେସ ନଂ. ୨୮/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ କାଠର ମୂଲ୍ୟ ଆନୁମାନିକ ୩୨ହଜାର ୫୦୦ହେବ ବୋଲି ରେଞ୍ଜ ଅଧିକାରୀ ରଣଜିତ ସିଂ ବାବୁ କହିଛନ୍ତି। ଏହି ଚଢାଉରେ ଫରେଷ୍ଟର ଝରଣା ସାହୁ, ଫରେଷ୍ଟ ଗାଡ ପୃଥିରାଜ ଭୋଇ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


