ବିନା ସୂଚନା ଫଳକରେ ବିକ୍ରି ହେଉଛି କାଠ

ଯାଜପୁର,୧୨ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ ବନାଞ୍ଚଳ ଅଧୀନରେ ବେଆଇନ ଭାବେ ଗଛ କଟା ଏବଂ ଚୋରା ଚାଲାଣ ବଢିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏବଂ ମିଲ୍‌ ମାଲିକଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ପ୍ରମାଣ ଖୋଲିବାରେ ଲାଗିଛି । ଏପରିକି ମିଲ ମାଲିକମାନଙ୍କ ସମସ୍ତ ବେଆଇନ କାର୍ଯ୍ୟରେ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ନୈତିକ ସମର୍ଥନ ଦେଉଥିବା ଅଭିଯୋଗ ହେଉଛି।
ସୂଚନା ମୁତାବକ ଇଡ୍‌କୋ ପ୍ଲଟ ବଣ୍ଟନ ପରେ ଛୋଟରାୟପୁର ଶିଳ୍ପାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୦ କରତକଳ ଗଢି ଉଠିଛି। ତେବେ ଏହି କରତ କଳଗୁଡିକୁ ବିଭିନ୍ନ ସ୍ଥାନରୁ ଚୋରା କାଠ ଆସୁଥିବା ଅଭିଯୋଗ ପରେ ମଧ୍ୟ ଯାଜପୁର ରୋଡ ବନ ବିଭାଗୀୟ ଅଧିକାରୀମାନେ ନୀରବ ରହିଛନ୍ତି। କରତକଳଗୁଡିକରେ କାଠର ରେଟ୍‌ ଚାର୍ଟ ମରାଯାଇ ନ ଥିବାବେଳେ ମନଇଛା ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି । ମିଲ ମାଲିକମାନେ ସରକାରୀ ନିୟମାନୁସାରେ କରତକଳଗୁଡ଼ିକରେ ବିକ୍ରି ହେଉଥିବା ସମସ୍ତ କାଠର ସାଇଜ ଅନୁଯାୟୀ ଦର ସାରଣୀ ଲାଗଯିବା ବିଧେୟ। କିନ୍ତୁ ଏଠାରେ ଭିନ୍ନ ନିୟମ ଦେଖିବାକୁ ମିଳିଛି। ସାଧାରଣତଃ ଗ୍ରାମାଞ୍ଚଳର ଲୋକେ କାଠର ମାପ ବିଷୟରେ ଅଜ୍ଞ ରହିଥିବାରୁ ସେମାନଙ୍କୁ ସିଫ୍ଟରେ ଠକି ଏଠାକାର କରତକଳ ମାଲିକମାନେ ଭଲ ରୋଜଗାର କରୁଛନ୍ତି। ଏପରିକି ଏହି କରତକଳରୁ କାଠ କ୍ରୟ ପରେ ଦ୍ରବ୍ୟ ଏବଂ ସେବା କର ରସିଦ ମାଗିଲେ ଅଧିକ ଟଙ୍କା ଦେବାକୁ ପଡିବ ବୋଲି ରୋକଠୋକ୍‌ ଶୁଣାଇ ଦେଉଛନ୍ତି । ଅନେକ ସମୟରେ ଦ୍ରବ୍ୟ କ୍ରୟ ରସିଦ ଦେବାକୁ ମଧ୍ୟ ଗ୍ରାହକଙ୍କୁ ମନା କରିଦେଉଥିବା ଅଭିଯୋଗ ହୋଇଛି । କାଠର ରେଟ ଚାଟ ସାରଣୀ ଏବଂ ବିଲ ସଂକ୍ରାନ୍ତରେ ଛୋଟରାୟପୁର ଇଡକୋ ପ୍ଲଟ ନଂ. ୬ରେ ଜନତା କରତ କଲ କର୍ମଚାରୀଙ୍କୁ ପଚାରିଲେ ଏଠାରେ କେହି ବିଲ ଦେଉନାହାଁନ୍ତି କି ରେଟ ସାରଣୀ ଲଗାଇନାହାଁନ୍ତି, ତେଣୁ ଆମେ ଲଗାଇନୁ ବୋଲି କହିଥିଲେ । ତେବେ ଏହି ସରକାରୀ ନିୟମ ଉଲ୍ଲଂଘନକାରୀ କରତକଳଗୁଡିକର ଏପରି କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କିପରି ଜାଣିପାରୁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଏନେଇ ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ କାହିଁକି ଦର ସାରଣୀ ଲଗାଯାଇନାହିଁ ସେ ନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri