ବିନା ସୂଚନା ଫଳକରେ ବିକ୍ରି ହେଉଛି କାଠ

ଯାଜପୁର,୧୨ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ ବନାଞ୍ଚଳ ଅଧୀନରେ ବେଆଇନ ଭାବେ ଗଛ କଟା ଏବଂ ଚୋରା ଚାଲାଣ ବଢିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏବଂ ମିଲ୍‌ ମାଲିକଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଥିବା ନେଇ ପ୍ରମାଣ ଖୋଲିବାରେ ଲାଗିଛି । ଏପରିକି ମିଲ ମାଲିକମାନଙ୍କ ସମସ୍ତ ବେଆଇନ କାର୍ଯ୍ୟରେ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ନୈତିକ ସମର୍ଥନ ଦେଉଥିବା ଅଭିଯୋଗ ହେଉଛି।
ସୂଚନା ମୁତାବକ ଇଡ୍‌କୋ ପ୍ଲଟ ବଣ୍ଟନ ପରେ ଛୋଟରାୟପୁର ଶିଳ୍ପାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୦ କରତକଳ ଗଢି ଉଠିଛି। ତେବେ ଏହି କରତ କଳଗୁଡିକୁ ବିଭିନ୍ନ ସ୍ଥାନରୁ ଚୋରା କାଠ ଆସୁଥିବା ଅଭିଯୋଗ ପରେ ମଧ୍ୟ ଯାଜପୁର ରୋଡ ବନ ବିଭାଗୀୟ ଅଧିକାରୀମାନେ ନୀରବ ରହିଛନ୍ତି। କରତକଳଗୁଡିକରେ କାଠର ରେଟ୍‌ ଚାର୍ଟ ମରାଯାଇ ନ ଥିବାବେଳେ ମନଇଛା ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି । ମିଲ ମାଲିକମାନେ ସରକାରୀ ନିୟମାନୁସାରେ କରତକଳଗୁଡ଼ିକରେ ବିକ୍ରି ହେଉଥିବା ସମସ୍ତ କାଠର ସାଇଜ ଅନୁଯାୟୀ ଦର ସାରଣୀ ଲାଗଯିବା ବିଧେୟ। କିନ୍ତୁ ଏଠାରେ ଭିନ୍ନ ନିୟମ ଦେଖିବାକୁ ମିଳିଛି। ସାଧାରଣତଃ ଗ୍ରାମାଞ୍ଚଳର ଲୋକେ କାଠର ମାପ ବିଷୟରେ ଅଜ୍ଞ ରହିଥିବାରୁ ସେମାନଙ୍କୁ ସିଫ୍ଟରେ ଠକି ଏଠାକାର କରତକଳ ମାଲିକମାନେ ଭଲ ରୋଜଗାର କରୁଛନ୍ତି। ଏପରିକି ଏହି କରତକଳରୁ କାଠ କ୍ରୟ ପରେ ଦ୍ରବ୍ୟ ଏବଂ ସେବା କର ରସିଦ ମାଗିଲେ ଅଧିକ ଟଙ୍କା ଦେବାକୁ ପଡିବ ବୋଲି ରୋକଠୋକ୍‌ ଶୁଣାଇ ଦେଉଛନ୍ତି । ଅନେକ ସମୟରେ ଦ୍ରବ୍ୟ କ୍ରୟ ରସିଦ ଦେବାକୁ ମଧ୍ୟ ଗ୍ରାହକଙ୍କୁ ମନା କରିଦେଉଥିବା ଅଭିଯୋଗ ହୋଇଛି । କାଠର ରେଟ ଚାଟ ସାରଣୀ ଏବଂ ବିଲ ସଂକ୍ରାନ୍ତରେ ଛୋଟରାୟପୁର ଇଡକୋ ପ୍ଲଟ ନଂ. ୬ରେ ଜନତା କରତ କଲ କର୍ମଚାରୀଙ୍କୁ ପଚାରିଲେ ଏଠାରେ କେହି ବିଲ ଦେଉନାହାଁନ୍ତି କି ରେଟ ସାରଣୀ ଲଗାଇନାହାଁନ୍ତି, ତେଣୁ ଆମେ ଲଗାଇନୁ ବୋଲି କହିଥିଲେ । ତେବେ ଏହି ସରକାରୀ ନିୟମ ଉଲ୍ଲଂଘନକାରୀ କରତକଳଗୁଡିକର ଏପରି କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କିପରି ଜାଣିପାରୁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଏନେଇ ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ କାହିଁକି ଦର ସାରଣୀ ଲଗାଯାଇନାହିଁ ସେ ନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri