ଫେବୃଆରୀ ୯ରୁ କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ

ନୂଆଦିଲ୍ଲୀ,୧୨।୧: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏସନ(ଓଆଇଏ) ଓ ନ୍ୟାଭି ଫାଉଣ୍ଡେଶନ ଓଡ଼ିଶା ଚାପ୍ଟର (ଏନ୍‌ଏଫ୍‌ଓସି)ର ମିଳିତ ସହଯୋଗରେ ଏକ ୫ଦିନିଆ ପ୍ରଦର୍ଶନୀ ‘କଳିଙ୍ଗ ମ୍ୟାରିଟାଇମ ଏକ୍ସପୋ’ କଟକ ବାଲିଯାତ୍ରା ଉପର ପଡ଼ିଆରେ ହେବାକୁ ଯାଉଛି। ଉକ୍ତ ଏକ୍ସପୋ’ରେ ୫୦୦ରୁ ଅଧିକ ଏମ୍‌୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କର ଷ୍ଟଲ ପଡିବ। ଏତଦ୍‌ବ୍ୟତୀତ ଏହି ଏକ୍ସପୋକୁ ବୁଲିବାକୁ ଆସୁଥିବା ଲୋକଙ୍କ ଆମୋଦପ୍ରମୋଦ ପାଇଁ ଫୁଡ୍‌ ଜୋନ୍‌, ଗେମ୍‌ ଜୋନ୍‌ ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସେଲିବ୍ରିଟିମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଏ ନେଇ ଗୁରୁବାର ଏନ୍‌ଏଫ୍‌ଓସିର ଭାଇସ୍‌ ଆଡ୍‌ମିରାଲ୍‌ ଆର୍‌.କେ.ପଟ୍ଟନାୟକ, ଭାଇସ ପ୍ରେସିଡେଣ୍ଟ କମାଣ୍ଡର ଲଳିତ କୁମାର ଅଗ୍ରଓ୍ବାଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏପରିକି ଏହି ୫ଦିନିଆ ଏକ୍ସପୋରେ କଟକ ବାଲିଯାତ୍ରା ତଳ ପଡିଆର ନଦୀକୂଳଠାରେ ନ୍ୟାଭି ଫାଉଣ୍ଡେଶନ ପକ୍ଷରୁ ବୋଟିଂ, ରେସକ୍ୟୁ ମିଶନ, ସ୍କାଏ ଡ୍ରାଇଭିଂ, ଏୟାର ଶୋ’ଇତ୍ୟାଦି ପ୍ରଦର୍ଶନ କରାଯିବ ବୋଲି ଏନ୍‌ଏଫ୍‌ଓସି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।

ଅପରପକ୍ଷରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ପାଦ ଥାପୁଥିବା ନବୀନ ଉଦ୍ୟୋଗୀମାନଙ୍କୁ ସାହସ ଯୋଗାଇଦେବା ପାଇଁ ଓଆଇଏ ସବୁବେଳେ ଉଦ୍ୟମ ଜାରି ରଖିଛି। ନବୀନ ଉଦ୍ୟୋଗପତିମାନେ କିଭଳି ନିଜ ନିଜ କ୍ଷେତ୍ର (ସେକ୍ଟର)ର ଉପସ୍ଥିତିକୁ ବଳବତ୍ତର ରଖିପାରିବେ, ସେଥିପ୍ରତି ୧୯୮୬ରୁ ଓଆଇଏ ସେମାନଙ୍କୁ ଉତ୍ସାହିତ କରିଆସୁଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସେକ୍ଟର ଉପରେ ପ୍ରଦର୍ଶନୀ ଓ କର୍ମଶାଳାମାନ ଓଆଇଏ ଆୟୋଜନ କରିଆସୁଛି।

୨୦୨୦ରେ ଓଆଇଏ କଟକ ବାଲିଯାତ୍ରା ପଡିଆଠାରେ ପ୍ରତିରକ୍ଷା ଯନ୍ତ୍ରପାତି ନିର୍ମାତା ସଂକ୍ରାନ୍ତୀୟ କର୍ମଶାଳା ଆୟୋଜନ କରି ସଫଳତା ସାଉଁଟି ଥିବାବେଳେ ଚଳିତ ବର୍ଷ ନୌବାଣିଜ୍ୟ ଯନ୍ତ୍ରପାତି ନିର୍ମାଣ ଓ ତା’ର ବ୍ୟବହାର ସଂକ୍ରାନ୍ତରେ ଏକ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଯାଉଛି। ବିଶେଷକରି ନ୍ୟାଭି ଫାଉଣ୍ଡେଶନ ପକ୍ଷରୁ ନ୍ୟାଭି ବ୍ୟାଣ୍ଡ ଓ ନ୍ୟାଭିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଉକ୍ତ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ୨୦୨୪ ଫେବୃଆରୀ ୯ରୁ ୧୩ ପର୍ଯ୍ୟ୍ୟନ୍ତ କଟକର ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି। ସେହିଭଳି ପ୍ରଦର୍ଶନୀ ପାଇଁ ଆବଶ୍ୟକ ପ୍ରଶାସନିକ ମଞ୍ଜୁରିକୁ ଉଭୟ ସଂସ୍ଥାର ଅଧିକାରୀମାନେ ସ୍ଥାନୀୟ ପ୍ରଶାସନର ସଯଯୋଗରେ ଆଣିବେ ବୋଲି ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?