‘କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ’

ଲଣ୍ଡନ,୧୨।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ ଏହି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତ ଗୁରୁବାର ପଦରୁ ହଟିଥିବା ବୋରିସ୍‌ ଲଣ୍ଡନର ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ଦଳ ସ୍ଥିର କରିବ। ଏଥିପାଇଁ ପ୍ରତିଯୋଗିତା ଚାଲିଛି। କାହାରିକୁ ସମର୍ଥନ କରି ମୋ ସୁଯୋଗ ହରାଇବାକୁ ଚାହୁଁନାହିଁ ବୋଲି ବୋରିସ୍‌ କହିଛନ୍ତି। ଅନ୍ୟପକ୍ଷେ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ୪୬ ବର୍ଷୀୟା ଟ୍ରସ୍‌ ନିଜ ପ୍ରାର୍ଥତ୍ତ୍ୱ ଘୋଷଣା କରିବା ସହ ତାଙ୍କ ପାଖରେ ସ୍ପଷ୍ଟ ଭିଜନ୍‌ ଏବଂ ଅଭିଜ୍ଞତା ରହିଥିବା କହିଛନ୍ତି।

Share