Categories: ଖେଳ

ମହିଳା ଟି-୨୦ ବିଶ୍ୱକପ୍‌: ଭାରତ ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଆଜି ଭାରତ ଏବଂ ପାକିସ୍ତାନ ମୁକାବିଲା ହେଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟିକା ବିସ୍‌ମା ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ମୃତି ମନ୍ଧନା ଆଙ୍ଗୁଟି ଆଘାତ କାରଣରୁ ଏହି ମ୍ୟାଚ୍‌ରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନ ହରଲିନ ଦେଓଲଙ୍କୁ ଏକ ସୁଯୋଗ ଦିଆଯାଇଛି। ୟସ୍ତିକା ଭାଟିଆ ଏବଂ ଶେଫାଲୀ ବର୍ମା ଓପନିଂ କରିବେ ବୋଲି ଜଣାପଡିଛି।
ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ଏହା ଓପିନିଂ ମ୍ୟାଚ୍‌। ଏହି ମ୍ୟାଚ ଜିତି ଭାରତ ଏକ ସକରାତ୍ମକ ଢଙ୍ଗରେ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହୁଁଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତୀୟ ଦଳ ପରାସ୍ତ ହୋଇଥିଲା।

Share