ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିବା ସହିତ ସିରିଜ୍ ଉପରେ ଆଗୁଆ କବ୍ଜା କରି ନେଇଛି ଭାରତ। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟରେ ୯୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ୍ କରିଥିଲା। ୮ ରନ୍ରେ ମ୍ୟାଚକୁ ଜିତିବା ସହିତ ଭାରତ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଉଭୟ ବ୍ୟାଟ୍ ଓ ବଲ୍ ଜରିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ସ୍ପିନରଙ୍କ ଦବ୍ଦବା: ମଙ୍ଗଳବାର ଭାରତୀୟ ଅଧିନାୟିକା ହରମନ୍ପ୍ରୀତ୍ କୌର୍ ଟସ୍ ଜିତି ବ୍ୟାଟିଂ ନେଇଥିଲେ। ଦୁଇ ଓପନର ସ୍ମୃତି ମନ୍ଧାନା (୧୩) ଓ ଶେଫାଳି ବର୍ମା(୧୯) ପ୍ରଥମ ଉଇକେଟରେ ୩୩ ରନ୍ ଯୋଡିଥିଲେ। ମାତ୍ର ୬ ବଲ୍ ମଧ୍ୟରେ ଉଭୟ ଓପନରଙ୍କ ସହିତ ପ୍ରଥମ ମ୍ୟାଚ୍ର ଅର୍ଦ୍ଧଶତକ ହାସଲକାରୀ ହରମନ୍ପ୍ରୀତ କୌର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ୧୪ ବଲ୍ର ଶେଫାଳିଙ୍କ ଇନିଂସରେ ୪ ଚୌକା ସାମିଲ ଥିଲା। ପରେ ୟସ୍ତିକା ଭାଟିଆ ୧୧ ରନ୍ କରି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ବଡ଼ ଶଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ।
ଜେମିମା-ହରଲିନ୍ଙ୍କ ଧିମା ବ୍ୟାଟିଂ: ଭାରତୀୟ ଦଳ ୪୮ ରନ୍ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍ ଓ ହରଲିନ୍ ଦେଓଲ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ। ବାଂଲାଦେଶୀ ଲେଗ୍ ସ୍ପିନର ଫହିମା ଖାତୁନ୍ ଓ ରାବେୟା ଖାନ୍ ଉଭୟ ଖେଳାଳିଙ୍କୁ ହାତ ଖୋଲିବାର ସୁଯୋଗ ଦେଇ ନ ଥିଲେ। ଜେମିମା ୨୦ ବଲ୍ ଖେଳି ୮ ରନ୍ କରିଥିବା ବେଳେ ହରଲିନ୍ ୨୧ ବଲ୍ ଖେଳି ମାତ୍ର ୬ ରନ୍ ସ୍କୋର କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା୧୦ ଓ ଅମନଜୋତ କୌର ୧୪ ରନ୍ ସ୍କୋର କରିବାରୁ ଭାରତ ୯୫ ରନ୍ରେ ପହଞ୍ଚିଥିଲା। ଏକଦା ଭାରତ ୧୫୦ ରନ୍ କରିବା ଭଳି ମନେହେଉଥିଲେ ହେଁ ବାଂଲାଦେଶ ବୋଲର ଭାରତକୁ ୧୦୦ ରନ୍ ମଧ୍ୟରେ ସୀମିତ ରଖିଥିଲେ। ପ୍ରଥମ ୧୦ ଓଭରରେ ଭାରତ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ୧୦ ଓଭରରେ ମାତ୍ର ୪୪ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୯୫/୮(ଶେଫାଳି ବର୍ମା-୧୯, ଅମନଜୋତ କୌର-୧୪, ସ୍ମୃତି ମନ୍ଧାନା-୧୩, ସୁଲତାନା ଖାତୁନ ୩/୨୧, ଫହିମା ଖାତୁନ-୨/୧୬, ନାହିଦା ଅଖତର-୧/୧୪)।
ବାଂଲାଦେଶ ୨୦ ଓଭରରେ ୮୭/୧୦(ନିଗାର ସୁଲତାନା ଜ୍ୟୋତି-୩୮, ଦୀପ୍ତି ଶର୍ମା-୩/୧୨, ଶେଫାଳି ବର୍ମା୩/୧୫, ମିନୁ ମଣି-୨/୯)।
ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍ପେଣ୍ଡ
ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ
ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…
୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…
ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…
ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…
ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର
ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…
ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…
ତେହରନ୍,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…
ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ
ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…
Archives

