Posted inଖେଳ

ସ୍ବିଟେକ୍‌ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ

ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍‌ ଜିତିଲେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍‌। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ପୂର୍ବରୁ ଦୁଇଥର ରୋଲାଣ୍ଡ ଗ୍ୟାରସ୍‌(ଫ୍ରେଞ୍ଚ ଓପନ) ଜିତି ସାରିଥିବା ସ୍ବିଟେକ୍‌ ଶନିବାର ରାତିରେ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ ବିଜୟୀ ହେବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ଅତିକ୍ରମ କରିନଥିବା ସ୍ବିଟେକ୍‌ ପ୍ରଥମ ଥର ପାଇଁ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଇତିହାସ ରଚିଛନ୍ତି। ଫାଇନାଲ ମୁକାବିଲାରେ ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ଥିବା ପୋଲାଣ୍ଡର ଏହି ୨୧ ବର୍ଷୀୟା ଖେଳାଳି ଜଣଙ୍କ ବିଶ୍ୱ ମାନ୍ୟତାରେ ୫ମ ସ୍ଥାନରେ ଥିବା ଜାବେରଙ୍କୁ ୬-୨, ୭-୬(୫)ରେ ପରାସ୍ତ କରିଛନ୍ତି। ଜୁଲାଇ ମାସରେ ସ୍ବିଟେକଙ୍କ ୩୭ ମ୍ୟାଚ ଅପରାଜେୟ ଧାରା ଶେଷ ହୋଇଥିଲା। ଏପରିକି ଏହା ପରେ ତାଙ୍କର ବିଜୟ ପରାଜୟ ରେକର୍ଡ ୪-୪ରେ ରହିଥିଲା। ଏହି ଟୁର୍ନାମେଣ୍ଟ ପୂର୍ବରୁ ସ୍ବିଟେକ୍‌ ଫର୍ମରେ ନଥିବା ପରି ପ୍ରତୀୟମାନ ହେଉଥିଲା। ସେହିପରି ୟୁଏସ୍‌ ଓପନରେ ପୂର୍ବରୁ ସେ ନିୟମିତ ବିଫଳ ହେଉଥିଲେ। ତେବେ ସମସ୍ତ ଅନୁମାନକୁ ପଛରେ ପକାଇ ଚାମ୍ପିୟନ୍‌ ହେବାରେ ସ୍ବିଟେକ୍‌ ସମର୍ଥ ହୋଇଛନ୍ତି।
ଆର୍ଥର ଆଶେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମ ସେଟକୁ ସ୍ବିଟେକ୍‌ ଅନାୟାସରେ ଜିତି ନେଇଥିଲେ। ତେବେ ଦ୍ୱିତୀୟ ସେଟଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ୬-୫ରେ ପଛୁଆ ରହିଥିବା ବେଳେ ଏକ ବ୍ରେକ୍‌ ନେବା ସହିତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ସ୍ବିଟେକ୍‌। ଦ୍ୱିତୀୟ ସେଟଟି ଟାଇବ୍ରେକରକୁ ଯାଇଥିବା ବେଳେ ସ୍ବିଟେକ୍‌ ଏହାକୁ ଜିତି ୨.୬ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଓ ଟ୍ରଫି ହାତେଇ ନେଇଥିଲେ। ଏହି ମ୍ୟାଚରେ ପରାଜିତ ହୋଇଥିଲେ ହେଁ ସ୍ବିଟେକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଜାବେର୍‌। ସ୍ବିଟେକଙ୍କ ଖେଳ ବେଶ ବଢିଆ ରହିଥିଲା ଏବଂ ସେ ବିଜୟ ପାଇଁ ଯୋଗ୍ୟ। ମୁଁ ବିଜୟୀ ହେବା ପାଇଁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା ବୋଲି କହିଛନ୍ତି କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଜାବେର୍‌। ପରାଜିତ ହୋଇଥିଲେ ହେଁ ଜାବେର ସୋମବାର ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ସ୍ପଷ୍ଟ ହୋଇଛି। ୨୧ ବର୍ଷୀୟା ସ୍ବିଟେକ୍‌ ଫ୍ରେଞ୍ଚ ଓପନ ସହିତ ୟୁଏସ୍‌ ଓପନ ଜିତି ୨୦୧୬ର ଆଞ୍ଜେଲିକ୍‌ କେର୍ବରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଦ୍ୱିତୀୟ ମହିଳା ଭାବେ ଗୋଟିଏ ବର୍ଷରେ ଦୁଇଟି ମେଜର ଟାଇଟଲ କରାୟତ କରିଛନ୍ତି।
ସେହିପର ମିକ୍ସଡ ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି ଜନ୍‌ ସାଣ୍ଡର୍ସ ଓ ଜନ୍‌ ପିୟର୍ସ। ଶନିବାର ଖେଳା ଯାଇଥିବା ଫାଇନାଲରେ ଫ୍ରାନ୍ସର କ୍ରିଷ୍ଟେନ୍‌ ଫ୍ଲିପକେନ୍ସ ଓ ଏଡଓ୍ବାର୍ଡ ରୋଜର ଭାସେଲିନଙ୍କୁ ୪-୬, ୬-୪ ଓ ୧୦-୭ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ କ୍ରିକେଟର୍‌ ଆହତ

ଲଣ୍ଡନ,୧୪।୧୨: ଇଂଲଣ୍ଡର କିମ୍ବଦନ୍ତୀ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଏକ ବିସିସିର ଲୋକପ୍ରିୟ ଟେଲିଭିଜନ ଶୋ ‘ଟପ ଗିଅର୍‌’ର ଶୁଟିଂ...

ଆଇପିଏଲ୍‌ କ୍ୟାମ୍ପ ସ୍ଥଗିତ

ନୂଆଦିଲ୍ଲୀ, ୧୬ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୮ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି। କରୋନା ଭାଇରସ୍‌ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ...

ଶ୍ରୀଲଙ୍କାରେ ଆଇପିଏଲ୍‌ ସପକ୍ଷରେ ଗାଭାସ୍କର

ନୂଆଦିଲ୍ଲୀ, ୧୪।୬(ପି.ଟି.): ଆସନ୍ତା ଅକ୍ଟୋବରରେ ଭାରତରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆୟୋଜନ ସହଜ ନୁହେଁ ବୋଲି ଅନୁଭବ କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର।...

ଗୋଟିଏ ଉଇକେଟ୍‌ ନେଇ ୨ ରେକର୍ଡ କଲେ ଇଶାନ୍ତ ଶର୍ମା: କପିଳ ଦେବଙ୍କୁ ପଛରେ ପକାଇଲେ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଇଶାନ୍ତ ଶର୍ମା ଏପର୍ଯ୍ୟନ୍ତ ଗୋଟିଏ ଉଇକେଟ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଓପନର୍‌ ଡେଭନ କନୱେଙ୍କୁ ଆଉଟ କରିଛନ୍ତି। ଏହି...

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ: ହନୁମା, ପନ୍ତଙ୍କ ଶତକ

ସିଡ୍‌ନୀ, ୧୩।୧୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଶତକ ହାସଲ କରି ନିଜ ଦାବିକୁ ମଜଭୁତ କରିଛନ୍ତି ଭାରତର ହନୁମା ବିହାରୀ ଓ ରିଷଭ...

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ...

ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ...

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ...

Advertisement
Archives

Model This Week