Posted inଖେଳ

ସ୍ବିଟେକ୍‌ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ

ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍‌ ଜିତିଲେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍‌। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ପୂର୍ବରୁ ଦୁଇଥର ରୋଲାଣ୍ଡ ଗ୍ୟାରସ୍‌(ଫ୍ରେଞ୍ଚ ଓପନ) ଜିତି ସାରିଥିବା ସ୍ବିଟେକ୍‌ ଶନିବାର ରାତିରେ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ ବିଜୟୀ ହେବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ୟୁଏସ୍‌ ଓପନର ୪ର୍ଥ ରାଉଣ୍ଡ ଅତିକ୍ରମ କରିନଥିବା ସ୍ବିଟେକ୍‌ ପ୍ରଥମ ଥର ପାଇଁ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଇତିହାସ ରଚିଛନ୍ତି। ଫାଇନାଲ ମୁକାବିଲାରେ ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ଥିବା ପୋଲାଣ୍ଡର ଏହି ୨୧ ବର୍ଷୀୟା ଖେଳାଳି ଜଣଙ୍କ ବିଶ୍ୱ ମାନ୍ୟତାରେ ୫ମ ସ୍ଥାନରେ ଥିବା ଜାବେରଙ୍କୁ ୬-୨, ୭-୬(୫)ରେ ପରାସ୍ତ କରିଛନ୍ତି। ଜୁଲାଇ ମାସରେ ସ୍ବିଟେକଙ୍କ ୩୭ ମ୍ୟାଚ ଅପରାଜେୟ ଧାରା ଶେଷ ହୋଇଥିଲା। ଏପରିକି ଏହା ପରେ ତାଙ୍କର ବିଜୟ ପରାଜୟ ରେକର୍ଡ ୪-୪ରେ ରହିଥିଲା। ଏହି ଟୁର୍ନାମେଣ୍ଟ ପୂର୍ବରୁ ସ୍ବିଟେକ୍‌ ଫର୍ମରେ ନଥିବା ପରି ପ୍ରତୀୟମାନ ହେଉଥିଲା। ସେହିପରି ୟୁଏସ୍‌ ଓପନରେ ପୂର୍ବରୁ ସେ ନିୟମିତ ବିଫଳ ହେଉଥିଲେ। ତେବେ ସମସ୍ତ ଅନୁମାନକୁ ପଛରେ ପକାଇ ଚାମ୍ପିୟନ୍‌ ହେବାରେ ସ୍ବିଟେକ୍‌ ସମର୍ଥ ହୋଇଛନ୍ତି।
ଆର୍ଥର ଆଶେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମ ସେଟକୁ ସ୍ବିଟେକ୍‌ ଅନାୟାସରେ ଜିତି ନେଇଥିଲେ। ତେବେ ଦ୍ୱିତୀୟ ସେଟଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ୬-୫ରେ ପଛୁଆ ରହିଥିବା ବେଳେ ଏକ ବ୍ରେକ୍‌ ନେବା ସହିତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ସ୍ବିଟେକ୍‌। ଦ୍ୱିତୀୟ ସେଟଟି ଟାଇବ୍ରେକରକୁ ଯାଇଥିବା ବେଳେ ସ୍ବିଟେକ୍‌ ଏହାକୁ ଜିତି ୨.୬ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଓ ଟ୍ରଫି ହାତେଇ ନେଇଥିଲେ। ଏହି ମ୍ୟାଚରେ ପରାଜିତ ହୋଇଥିଲେ ହେଁ ସ୍ବିଟେକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଜାବେର୍‌। ସ୍ବିଟେକଙ୍କ ଖେଳ ବେଶ ବଢିଆ ରହିଥିଲା ଏବଂ ସେ ବିଜୟ ପାଇଁ ଯୋଗ୍ୟ। ମୁଁ ବିଜୟୀ ହେବା ପାଇଁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା ବୋଲି କହିଛନ୍ତି କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଜାବେର୍‌। ପରାଜିତ ହୋଇଥିଲେ ହେଁ ଜାବେର ସୋମବାର ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ସ୍ପଷ୍ଟ ହୋଇଛି। ୨୧ ବର୍ଷୀୟା ସ୍ବିଟେକ୍‌ ଫ୍ରେଞ୍ଚ ଓପନ ସହିତ ୟୁଏସ୍‌ ଓପନ ଜିତି ୨୦୧୬ର ଆଞ୍ଜେଲିକ୍‌ କେର୍ବରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଦ୍ୱିତୀୟ ମହିଳା ଭାବେ ଗୋଟିଏ ବର୍ଷରେ ଦୁଇଟି ମେଜର ଟାଇଟଲ କରାୟତ କରିଛନ୍ତି।
ସେହିପର ମିକ୍ସଡ ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି ଜନ୍‌ ସାଣ୍ଡର୍ସ ଓ ଜନ୍‌ ପିୟର୍ସ। ଶନିବାର ଖେଳା ଯାଇଥିବା ଫାଇନାଲରେ ଫ୍ରାନ୍ସର କ୍ରିଷ୍ଟେନ୍‌ ଫ୍ଲିପକେନ୍ସ ଓ ଏଡଓ୍ବାର୍ଡ ରୋଜର ଭାସେଲିନଙ୍କୁ ୪-୬, ୬-୪ ଓ ୧୦-୭ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?