Posted inଖେଳ

ମହିଳା ସିନିୟର ଦିନିକିଆ ଟ୍ରଫି: ସୁଶ୍ରୀଙ୍କୁ ୪ ଉଇକେଟ, ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ୱର,୧୫।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀଙ୍କ ଚମତ୍କାର ବୋଲିଂ ଓ ପରେ ମାଧୁରୀ ମେହେଟ୍ଟା ଏବଂ ସରିତା ମେହେରଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଓଡ଼ିଶା ସିନିୟର ମହିଳା ଦିନିକିଆ ଟ୍ରଫିରେ ୯ ଉଇକେଟରେ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ସୁରଟ୍‌ର ସି.କେ. ପିଥାଓ୍ବାଲା ଗ୍ରାଉଣ୍ଡରେ ରବିବାର ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍‌ ୪୬.୪ ଓଭରରେ ୧୫୯ ରନକରି ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୪୨.୧ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
୧୬୦ ରନ ଟାର୍ଗେଟର ପିଛା କରି ଓଡ଼ିଶା ଅତି ସହଜରେ ବିଜୟୀ ହୋଇଥିଲା। ଦଳ ତରଫରୁ ସରିତା ମେହେର ୧୦୩ଟି ବଲର ସମ୍ମୁଖୀନ ହୋଇ ୬୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି କାଜଲ ଜେନା ୪୮ ବଲରୁ ୩୨ ରନ ସଂଗ୍ରହ କରିଥିଲେ। ମାଧୁରୀ ମେହେଟ୍ଟା ୧୦୫ଟି ବଲର ସମ୍ମୁଖୀନ ହୋଇ ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହି ଦଳକୁ ଜିତାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ମମ୍‌ଥା କାନୋଜିଆ ୩୪, ଜି. ତ୍ରିଶା ୩୨, ଅନୁରାଧା ନାଏକ ୩୧ରନ ସଂଗ୍ରହ କରିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୁଶ୍ରୀ ୮.୫ ଓଭର ବୋଲିଂ କରି ୩୪ ରନ ବ୍ୟୟ କରିବା ସହ ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ମଧୁସ୍ମିତା ବେହେରା ୧୦ ଓଭର ବୋଲିଂ କରି ୩୭ ରନ ବ୍ୟୟ କରି ୩ ଓ ପ୍ରିୟାଙ୍କା ପ୍ରିୟଦର୍ଶନୀ ୯ ଓଭର ବୋଲିଂ କରି ୨୧ ରନ ବ୍ୟୟ କରି ୨ ଉଇକେଟ ଅକ୍ତିଆର କରିଥିଲେ। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୧୬ ତାରିଖ ମଙ୍ଗଳବାର ସୁରଟ୍‌ର ଖୋଲଭାଡ ଜିମ୍‌ଖାନା ଗ୍ରାଉଣ୍ଡରେ ତ୍ରିପୁରାକୁ ଭେଟିବ।
ସଂକ୍ଷିପ୍ତ ସ୍କୋର:
ହାଇଦ୍ରାବାଦ୍‌ ୪୬.୪ ଓଭରରେ ୧୫୯ ଅଲଆଉଟ୍‌
(ମମ୍‌ଥା- ୩୪, ତ୍ରିଶା- ୩୨, ଅନୁରାଧା- ୩୧, ସୁଶ୍ରୀ- ୪/୩୪, ମଧୁସ୍ମିତା- ୩/ ୩୭, ପ୍ରିୟଙ୍କା- ୨/୨୧)।
ଓଡ଼ିଶା ୪୨.୩ ଓଭରରେ ୧୬୦/୧
(ମାଧୁରୀ- ୬୦, ସରିତା- ୬୧, କାଜଲ- ୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri