Posted inଖେଳ

ମହିଳା ସିନିୟର ଦିନିକିଆ ଟ୍ରଫି: ସୁଶ୍ରୀଙ୍କୁ ୪ ଉଇକେଟ, ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ୱର,୧୫।୩(ସ୍ପୋର୍ଟ୍ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀଙ୍କ ଚମତ୍କାର ବୋଲିଂ ଓ ପରେ ମାଧୁରୀ ମେହେଟ୍ଟା ଏବଂ ସରିତା ମେହେରଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଓଡ଼ିଶା ସିନିୟର ମହିଳା ଦିନିକିଆ ଟ୍ରଫିରେ ୯ ଉଇକେଟରେ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ସୁରଟ୍‌ର ସି.କେ. ପିଥାଓ୍ବାଲା ଗ୍ରାଉଣ୍ଡରେ ରବିବାର ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍‌ ୪୬.୪ ଓଭରରେ ୧୫୯ ରନକରି ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୪୨.୧ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
୧୬୦ ରନ ଟାର୍ଗେଟର ପିଛା କରି ଓଡ଼ିଶା ଅତି ସହଜରେ ବିଜୟୀ ହୋଇଥିଲା। ଦଳ ତରଫରୁ ସରିତା ମେହେର ୧୦୩ଟି ବଲର ସମ୍ମୁଖୀନ ହୋଇ ୬୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି କାଜଲ ଜେନା ୪୮ ବଲରୁ ୩୨ ରନ ସଂଗ୍ରହ କରିଥିଲେ। ମାଧୁରୀ ମେହେଟ୍ଟା ୧୦୫ଟି ବଲର ସମ୍ମୁଖୀନ ହୋଇ ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହି ଦଳକୁ ଜିତାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ମମ୍‌ଥା କାନୋଜିଆ ୩୪, ଜି. ତ୍ରିଶା ୩୨, ଅନୁରାଧା ନାଏକ ୩୧ରନ ସଂଗ୍ରହ କରିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୁଶ୍ରୀ ୮.୫ ଓଭର ବୋଲିଂ କରି ୩୪ ରନ ବ୍ୟୟ କରିବା ସହ ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ମଧୁସ୍ମିତା ବେହେରା ୧୦ ଓଭର ବୋଲିଂ କରି ୩୭ ରନ ବ୍ୟୟ କରି ୩ ଓ ପ୍ରିୟାଙ୍କା ପ୍ରିୟଦର୍ଶନୀ ୯ ଓଭର ବୋଲିଂ କରି ୨୧ ରନ ବ୍ୟୟ କରି ୨ ଉଇକେଟ ଅକ୍ତିଆର କରିଥିଲେ। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୧୬ ତାରିଖ ମଙ୍ଗଳବାର ସୁରଟ୍‌ର ଖୋଲଭାଡ ଜିମ୍‌ଖାନା ଗ୍ରାଉଣ୍ଡରେ ତ୍ରିପୁରାକୁ ଭେଟିବ।
ସଂକ୍ଷିପ୍ତ ସ୍କୋର:
ହାଇଦ୍ରାବାଦ୍‌ ୪୬.୪ ଓଭରରେ ୧୫୯ ଅଲଆଉଟ୍‌
(ମମ୍‌ଥା- ୩୪, ତ୍ରିଶା- ୩୨, ଅନୁରାଧା- ୩୧, ସୁଶ୍ରୀ- ୪/୩୪, ମଧୁସ୍ମିତା- ୩/ ୩୭, ପ୍ରିୟଙ୍କା- ୨/୨୧)।
ଓଡ଼ିଶା ୪୨.୩ ଓଭରରେ ୧୬୦/୧
(ମାଧୁରୀ- ୬୦, ସରିତା- ୬୧, କାଜଲ- ୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri