Categories: ଜାତୀୟ

ଇଛାଶକ୍ତିଥିଲେ ପୂର୍ବରୁ ଆସିଥାନ୍ତା ମହିଳା ସଂରକ୍ଷଣ ବିଲ୍‌, ନିର୍ବାଚନର ୬ ମାସ ଆଗରୁ ନୁହେଁ: ପ୍ରିୟଙ୍କା…

ମୁମ୍ବାଇ,୨୪।୯ : ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତ୍ରୀ ଉମା ଭାରତୀଙ୍କ ବିବୃତ୍ତି ଉପରେ ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କିଛି ଦିନ ପୂର୍ବରୁ ଉମା ଭାରତୀ ନିଜେ କହିଥିଲେ ମହିଳା ସଂରକ୍ଷଣ ବିଲରେ ଓବିସି କୋଟା ପାଇଁ ବ୍ୟବସ୍ଥା ରହିବା ଉଚିତ। ସଂରକ୍ଷଣ ବିନା ଟିକେଟ ମଧ୍ୟ ଦିଆଯାଇପାରେ, ପୂର୍ବରୁ ମଧ୍ୟ ଇଚ୍ଛା ଆଧାରରେ ଟିକେଟ ଦିଆଯାଉଥିଲା । ଏହା ଦର୍ଶାଏ ତାଙ୍କୁ ଏ ବିଷୟରେ ଜାଣିଶୁଣି କହିବାକୁ କୁହାଯାଉଛି। ଯଦ ଭାଜପାର ଏତେ ଇଚ୍ଛା ଶକ୍ତି ଥାଆନ୍ତା, ତେବେ ଏହି ବିଲ ନିର୍ବାଚନର ୬ମାସ ପୂର୍ବରୁ ନୁହେଁ, ବହୁ ପୂର୍ବରୁ ଆସି ପାରିଥାନ୍ତା।

ପୂର୍ବତନ ମନ୍ତ୍ରୀ ଉମା ଭାରତୀ ମହିଳା ସଂରକ୍ଷଣ ବିଲ ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ଏଥିରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ। ମହିଳା ସଂରକ୍ଷଣ ଉପରେ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ଉମା କହିଥିଲେ ସେ ଦଳକୁ ଦୁର୍ବଳ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ମହିଳାମାନଙ୍କ ପାଇଁ ଓବିସି ସଂରକ୍ଷଣ ନିଶ୍ଚିତ କରିବେ। ଏହାପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ୩୩ ପ୍ରତିଶତ ସଂରକ୍ଷଣ ସହ ମହିଳାଙ୍କୁ ଟିକେଟ ଦେବାର ଦାବି କରିଥିଲେ।

ବାସ୍ତବରେ ଶନିବାର ଦିନ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଉମା ଭାରତୀ ପୁଣିଥରେ କହିଥିଲେ ମଧ୍ୟପ୍ରଦେଶରେ ନିର୍ବାଚନ ଆସୁଛି, ତେଣୁ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇପାରିବ। ରାଜନୈତିକ ଦଳଗୁଡ଼ିକ ବିନା ସଂରକ୍ଷଣରେ ପଛୁଆ ଜାତିର ମହିଳାମାନଙ୍କୁ ଟିକେଟ ଦିଅନ୍ତି। ତେଣୁ ସଂରକ୍ଷଣର କୌଣସି ଆବଶ୍ୟକତା ନାହିଁ, କେବଳ ଆପଣଙ୍କର ଇଚ୍ଛା ଶକ୍ତି ଆବଶ୍ୟକ।

ଏଥି ସହିତ ପାର୍ଟି ଲାଇନରୁ ଦୂରେଇ ଯାଇ ଦଳ ବିରୋଧରେ ବିବୃତ୍ତି ଅଭିଯୋଗକୁ ଅନେକ ଥର ଖଣ୍ଡନ କରି ସେ କହିଛନ୍ତି ଲୋକମାନେ କହୁଛନ୍ତି ମୁଁ କଂଗ୍ରେସ ସ୍ବରରେ କହୁଛି, କିନ୍ତୁ ତାହା ନୁହେଁ। କଂଗ୍ରେସ ମୋ ସ୍ବରରେ କହୁଛି। ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ଏବଂ ଭାଜପା ସମାନ ଭାଷାରେ କଥା ହେଉଥିଲେ ଓବିସି ସଂରକ୍ଷଣ ପାଇବା ଉଚିତ ନୁହେଁ। ଆଜି କଂଗ୍ରେସ ବାଧ୍ୟତାମୂଳକ ଭାବେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛି କାରଣ ସେମାନେ ବିହାର ଏବଂ ୟୁପିରେ ପୋଛି ହୋଇଯାଇଛନ୍ତି।

 

Share