ମହିଳା ସଂରକ୍ଷଣ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୨/୯:ଗୁରୁବାର ଥିଲା ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନ। ଐତିହାସିକ ‘ନାରୀଶକ୍ତି ବନ୍ଦନ ଅଧିନିୟମ,୨୦୨୩’ ବୁଧବାର ଲୋକ ସଭାରେ ଦୁଇ-ତୃତୀୟାଂଶରୁ ଊର୍ଦ୍ଧ୍ୱ ସମର୍ଥନରେ ପାରିତ ହେବାର ଦିନକ ପରେ ରାଜ୍ୟ ସଭାରେ ଏହାକୁ ଆଗତ କରାଯାଇଥିଲା। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ରାତି ପ୍ରାୟ ୧୦ଟା ୨୦ରେ ଭୋଟିଂ କରାଯାଇଥିଲା। ବିଲ୍‌ ସପକ୍ଷରେ ଉଚ୍ଚ ସଦନରେ ଉପସ୍ଥିତ ସବୁ ଦଳର ସମସ୍ତ ୨୧୪ ସଦସ୍ୟ ଭୋଟ ଦେଇ ଗୃହୀତ କରାଇଥିଲେ। ଏହା ବିପକ୍ଷରେ ଜଣେ ହେଲେ ସଦସ୍ୟ ଯାଇ ନ ଥିଲେ। ବିରୋଧୀ ଦଳଗୁଡ଼ିକ ଜନଗଣନା ଓ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଯାଏ ଅପେକ୍ଷା ନ କରି ଆଗାମୀ ନିର୍ବାଚନଗୁଡ଼ିକରୁ ଏହାକୁ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ। କେତେଜଣ ସଦସ୍ୟ ବିଲ୍‌ ଆଗତ କରାଇବା ସମୟ ଉପରେ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ।
ସ୍ବତନ୍ତ୍ର ଅଧିବେଶନକୁ ଦିନେ ବାକି ଥିବାବେଳେ ରାଜ୍ୟ ସଭାରେ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ୧୨୮ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିଥିଲେ। ବିଲ୍‌ ଉପରେ ବକ୍ତବ୍ୟ ରଖି ମେଘଓ୍ବାଲ କହିଥିଲେ, ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଦୀର୍ଘ ୯ ବର୍ଷ ଧରି ନେଇଆସୁଥିବା ଅନେକ ପଦକ୍ଷେପର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅଧିନିୟମ ଆଇନରେ ପରିଣତ ହେଲେ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ପରେ ମହିଳାମାନଙ୍କୁ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩% ସଂରକ୍ଷଣ ମିଳିବ। କେଉଁ ଆସନଗୁଡ଼ିକରେ କେବଳ ମହିଳାମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ତାହା ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଶନ ସ୍ଥିର କରିବେ।
ବିଲ୍‌ ଗୃହୀତ ହେବା ପରେ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ଏକ ଐତିହାସିକ ସଫଳତା ମିଳିଥିବା କହିଥିଲେ। ଏଥିସହ ତିଥି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଗୁରୁବାର ହୋଇଥିବାରୁ ଏକ ଅପୂର୍ବ ସଂଯୋଗ ବୋଲି ଗୃହକୁ ସୂଚନା ଦେଇଥିଲେ।
ଅନ୍ୟପକ୍ଷେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ୍‌ ପାରିତ ହେବା ଉପରେ ବକ୍ତବ୍ୟ ରଖି ଅଧିନିୟମକୁ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ଭାବେ ଅଭିହିତ କରିଥିଲେ। ନିମ୍ନ ସଦନରେ ବୁଧବାର ଦୀର୍ଘ ୭ ଘଣ୍ଟା ଧରି ବିତର୍କ ଚାଲିବା ପରେ ବିଲ୍‌ ଗୃହୀତ ହୋଇଥିଲା। ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ ନାରୀଶକ୍ତି ବନ୍ଦନ ଅଧିନିୟମ ସପକ୍ଷରେ ୪୫୪ ଓ ବିପକ୍ଷରେ ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି ଏବଂ ତାଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ ସଦସ୍ୟ ଇମ୍‌ତିଆଜ ଜଲିଲ ଭୋଟ ଦେଇଥିଲେ।
ପ୍ରକାଶ ଯେ, ୧୯୯୬ ପରଠୁ ମହିଳା ସଂରକ୍ଷଣ ବିଲ୍‌କୁ ଗୃହୀତ କରାଇବା ପାଇଁ ଏହା ଥିଲା ସପ୍ତମ ଉଦ୍ୟମ। ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ତେଲଙ୍ଗାନାରେ କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି ଦୀର୍ଘ ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍‌କୁ ଆଇନରେ ପରିଣତ କରି ମହିଳାମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଚିତ ପ୍ରତିନିଧିତ୍ୱ ଦେବା ପାଇଁ ମିଶନ ମୋଡ୍‌ରେ ପ୍ରୟାସ ଚଳାଇଥିଲେ। ବର୍ତ୍ତମାନ ଦେଶର ୯୫ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି ମହିଳା। ଏହାସତ୍ତ୍ୱେ ପାର୍ଲାମେଣ୍ଟର ଆଇନପ୍ରଣେତାମାନଙ୍କ ମଧ୍ୟରୁ ମାତ୍ର ୧୫% ମହିଳା ଥିବାବେଳେ ବିଧାନସଭାଗୁଡ଼ିକରେ ଆହୁରି ନଗଣ୍ୟ ଅର୍ଥାତ୍‌ ୧୦% ପ୍ରତିନିଧିତ୍ୱ ସୁଯୋଗ ମିଳିଛି। ୩୩% ସଂରକ୍ଷଣ ସୁବିଧା ନିମ୍ନ ସଦନ ଏବଂ ରାଜ୍ୟ ବିଧାନ ପରିଷଦଗୁଡ଼ିକର ଆସନ କ୍ଷେତ୍ରରେ ଲାଗୁହେବ। କିନ୍ତୁ ରାଜ୍ୟ ସଭାରେ ଏହା ଲାଗୁହେବନାହିଁ। ଭାଜପା ଗତ ୨ଟି ଯାକ ଲୋକ ସଭା ନିର୍ବାଚନ ବେଳେ ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍‌ ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲା। ବିଲ୍‌ ପାରିତ ହେବା ପରେ ସଫଳତାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। କାରଣ ଆଉ କିଛି ମାସ ପରେ ରହିଛି ବିଧାନସଭା ଭୋଟ ଓ ଏକ ସାଧାରଣ ନିର୍ବାଚନ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri