ତାଲିବାନ୍‌ ସପକ୍ଷରେ ମହିଳାଙ୍କ ରାଲି

କାବୁଲ, ୧୨।୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ ଉପରେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଲିବାନର ମହିଳା ବିରୋଧୀ ମନୋଭାବ ଓ ସରକାରରେ ମହିଳାଙ୍କୁ ସାମିଲ ନ କରିବା ନେଇ କିଛିଦିନ ହେଲା ବିକ୍ଷୋଭ କରାଯାଉଥିବାବେଳେ ଶନିବାର କେତେଜଣ ବୁର୍ଖାପିନ୍ଧା ମହିଳା ତାଲିବାନ ସପକ୍ଷରେ ରାଲି ବାହାର କରିଥିଲେ। ପ୍ରାୟ ୩୦୦ ମହିଳା କାବୁଲ ରାସ୍ତାରେ ଶୋଭାଯାତ୍ରା ବାହାର କରିଥିଲେ। ସେମାନେ କାବୁଲ ୟୁନିଭର୍ସିଟି ନିକଟରେ ଧାରଣାରେ ବସି ତାଲିବାନ ନେତୃତ୍ୱ ବିଶେଷ କରି ଲିଙ୍ଗଗତ ଅସମାନତା ପ୍ରତି ସେମାନଙ୍କ ସମର୍ଥନ ଜଣାଇଥିଲେ। ସେମାନେ ତାଲିବାନ ପତାକା ଧରିବା ସହ ପାଶ୍ଚାତ୍ୟ ଦେଶକୁ ସମାଲୋଚନା କରିଥିଲେ। ପୂର୍ବ ସରକାରରେ ମହିଳାମାନଙ୍କୁ ବ୍ୟବହାର କରାଯାଉଥିଲା ଓ ସେମାନଙ୍କର କୌଣସି ସ୍ବାଧୀନତା ନ ଥିଲା ବୋଲି ବିକ୍ଷୋଭକାରୀ କହିଛନ୍ତି। ଏହି ତାଲିବାନ ସପକ୍ଷ ରାଲିକୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଥିଲା।

Share