ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମହିଳାମାନେ ପ୍ଲାକାର୍ଡ ଧରି ବିରୋଧ କରୁଥିବାର ଏହି ୪୫ ସେକେଣ୍ଡ ଭିଡିଓରେ ଦେଖିବାକୁ ମିଳୁଛି। ସେମାନଙ୍କ ଚାରିପଟେ ତାଲିବାନ ସଦସ୍ୟମାନେ ଘେରି ରହିଥିବା ଭିଡିଓରେ ଦେଖାଯାଉଛି। ମହିଳାମାନେ କାବୁଲରେ ନିଜ ଅଧିକାର ପାଇଁ ପ୍ଲାକାର୍ଡ ଧରି ପ୍ରଦର୍ଶନ କରୁଛନ୍ତି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଏହା ହେଉଛି ପ୍ରଥମ ପ୍ରଦର୍ଶନ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାରିଜଣ ମହିଳା ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାର ଦେଖାଯାଉଛି। ମହିଳାମାନେ ରାସ୍ତାରେ ନିଜର ଅଧିକାର ପାଇଁ ପ୍ରଦର୍ଶନ କରୁ୍‌ଥିବାବେଳେ ତାଲିବାନ ସଦସ୍ୟମାନେ ସେଠାରେ ପାଟ୍ରୋଲିଂ କରୁଛନ୍ତି। ସଶସ୍ତ୍ର ତାଲିବାନ ସଦସ୍ୟ ମହିଳାମାନଙ୍କୁ କିଛି କହୁଛନ୍ତି କିନ୍ତୁ ସେମାନଙ୍କ ପ୍ରଦର୍ଶନକୁ କେହି ରୋକୁ ନାହାନ୍ତି। ଆଫଗାନିସ୍ତାନ ରାଜନୀତି, ଶାସନ ଏବଂ ଅର୍ଥନୀତି ସହ ଜଡିତ ନିଷ୍ପତ୍ତିରେ ସେମାନଙ୍କର ଅଂଶୀଦାର ରଖିବାକୁ ମହିଳାମାନେ ଦାବି କରିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ୧୪ ଲକ୍ଷ ୭୦ ହଜାରରୁ ଅଧିକ ଥର ଦେଖା ସରିଛି।

Share