ବିଶ୍ୱକପ୍‌ ବିଜୟରୁ ଅଭିଯାନ ଆରମ୍ଭ: ଏହି ଦିନ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌…

ଗୁଆହାଟୀ,୧ା୧୦: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଭାରତ ଡିଏଲ୍‌ଏସ୍‌ ମେଥଡରେ ୫୯ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତକରି ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା। ମ୍ୟାଚ୍‌ ପୂର୍ବରୁ ଭାରତରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ନେତୃତ୍ୱ ନେଇଥିବା ପୂର୍ବତନ ଅଧିନାୟିକା ଡାଏନା ଇଡୁଲଜି(୧୯୭୮), ପ୍ରମିଳା ଭଟ(୧୯୯୭) ଓ ମିଥାଲି ରାଜ୍‌(୨୦୧୩)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ଦଳ ଆସନ୍ତା ୫ ତାରିଖରେ କଲମ୍ବୋଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୫ ଓଭର ସୁଦ୍ଧା ୨ ଉଇକେଟ ହରାଇ ୧୨୦ ରନ୍‌ କରିଥିଲା। ହେଲେ ପରବର୍ତ୍ତୀ ଦୁଇ ଓଭରରେ ହର୍ଲିନ୍‌ (୪୮ ରନ୍‌, ୬ ଚୌକା), ଜେମିମା ରୋଡ୍ରିଗୁଏଜ୍‌(୦), ହରମନପ୍ରୀତ୍‌(୨୧ ରନ୍‌, ୨ ଚୌକା) ଓ ରିଚା ଘୋଷ୍‌ (୨) ଆଉଟ୍‌ ହୋଇଥିଲେ। ଫଳରେ ୨୭ ଓଭର ଶେଷବେଳକୁ ୧୨୪ ରନ୍‌ରେ ୬ ଉଇକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଦୀପ୍ତି ଶର୍ମା ୫୩(୩ ଚୌକା) ଓ ଅମନଜୋତ କୌର ୫୭(୫ ଚୌକା ଓ ୧ ଛକା) ସପ୍ତମ ଉଇକେଟରେ ୧୦୩ ରନ ଯୋଡ଼ିଥିଲେ।

ଶେଷଆଡ଼କୁ ସ୍ନେହ ରାଣା ୧୫ ବଲରେ ଦ୍ରୁତ ୨ (୨ ଲେଖାଏ ଚୌକା ଓ ଛକା) ରନ୍‌ କରିଥିଲେ। ଭାରତ ନିର୍ଦ୍ଧାରିତ ୪୭ ଓଭରରେ ୮ ଉଇକେଟ ହରାଇ ୨୬୯ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଇନୋକା ରାନାଓ୍ବିରା ୪ ଓ ଉଦେଶିକା ପ୍ରବୋଧନି ୨ ଉଇକେଟ ନେଇଥିଲେ।

ଡିଏଲ୍‌ଏସ୍‌ ମେଥଡରେ ଶ୍ରୀଲଙ୍କା ଆଗରେ ୨୭୧ ରନ୍‌ର ଟାର୍ଗେଟ ରଖାଯାଇଥିଲା। ଜବାବରେ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ଶ୍ରୀଲଙ୍କା ୪୫.୪ ଓଭରରେ ୨୧୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଅଧିନାୟିକା ଚମାରି ଆଥାପାଥଥୁ ୪୩, ନୀଳାକ୍ଷୀ ଡି ସିଲ୍‌ଭା ୩୫ ଓ ହର୍ଷିତା ସମରବିକ୍ରମା ୨୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ୩ ଉଇକେଟ ନେଇଥିବା ବେଳେ ଶ୍ରୀଚରଣୀ ଓ ସ୍ନେହ ୨ଟି ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri