Posted inଖେଳ

ମାର୍ଚ୍ଚରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ, ୧୪ା୧୦ (ପି.ଟି.):ବହୁ ପ୍ରତୀକ୍ଷିତ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁଆଇପିଏଲ୍‌)ର ପ୍ରଥମ ସଂସ୍କରଣ ୨୦୨୩ ମାର୍ଚ୍ଚରେ ହେବ। ଏହା ୫ଟି ଦଳକୁ ନେଇ ହେବ। ପୁରୁଷ ଆଇପିଏଲ୍‌ ପୂର୍ବରୁ ଏହା ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ ଏହି ଚାମ୍ପିୟନଶିପ୍‌ରେ ମୋଟ ୨୦ଟି ଲିଗ୍‌ ମ୍ୟାଚ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଥର ମୁକାବିଲା କରିବେ। ଟେବୁଲ ଟପ୍ପର ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ଏଲିମିନେଟର ଖେଳିବାକୁ ପଡ଼ିବ। ଚୂଡ଼ାନ୍ତ ଏକାଦଶରେ ସର୍ବାଧିକ ୫ ବିଦେଶୀ ଖେଳାଳିଙ୍କୁ ନିଆଯାଇ ପାରିବ। ପ୍ରତ୍ୟେକ ଦଳରେ ସର୍ବାଧିକ ୧୮ଖେଳାଳି ରହିବେ। କୌଣସି ଦଳ ୬ରୁ ଅଧିକ ବିଦେଶୀ ଖେଳାଳିଙ୍କୁ ନେଇପାରିବେ ନାହିଁ। ଖବର ଅନୁସାରେ ଚୂଡ଼ାନ୍ତ ଏକାଦଶରେ ଆଇସିସିର ପୂର୍ଣ୍ଣ ସଦସ୍ୟ ଥିବା ଦେଶର ୪ ଓ ଆଇସିସି ସହଯୋଗୀ ସଦସ୍ୟ ରାଷ୍ଟ୍ରର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇପାରିବେ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଥିବା ମହିଳାଙ୍କ ବିଗ୍‌ବାଶ୍‌ ଲିଗ୍‌ ଏବଂ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରେ ଦଳର ସଦସ୍ୟ ସଂଖ୍ୟା ୧୫ରେ ରଖାଯାଇଥିବା ୩ଜଣ ବିଦେଶୀ ଖେଳାଳିଙ୍କୁ ଅନୁମତି ରହିଛି। ସୀମିତ ସଂଖ୍ୟାରେ ଦଳ ରହିଥିବାରୁ ପୁରୁଷ ଆଇପିଏଲ ଭଳି ‘ହୋମ୍‌ ଆଓ୍ବେ’ ଫର୍ମାଟ ସହଜ ହେବ ନାହିଁ। କାରଣ ଅଂଶଗ୍ରହଣକାରୀ ଦଳ ସଂଖ୍ୟା କମ୍‌ ରହିଥିବାରୁ ପ୍ରତିଦିନ ଏକ ମ୍ୟାଚ ଖେଳାଯିବା ସମ୍ଭବପର ହେବ ନାହିଁ। ଏହି ଇଭେଣ୍ଟ ଫେବୃୟାରୀରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ବିଶ୍ୱକପ୍‌ ପରେ ହେବ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟ କାରାଭାନ ଷ୍ଟାଇଲରେ ଖେଳାଯାଇପାରେ ଅର୍ଥାତ୍‌ ଗୋଟିଏ ଭେନ୍ୟୁ ପ୍ରଥମ ୧୦ଟି ମ୍ୟାଚ ଏବଂ ଅନ୍ୟ ଭେନ୍ୟୁରେ ଆଉ ୧୦ଟି ମ୍ୟାଚ ଖେଳାଯାଇପାରେ। ଟିମ୍‌ ବିକ୍ରି ଜୋନ୍‌ ଅନୁସାରେ କରାଯାଇପାରେ। ପ୍ରତ୍ୟେକ ଜୋନ୍‌ ପାଇଁ ବୋର୍ଡ ଦୁଇଟି ସହରକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛି। ସେଗୁଡ଼ିକ ହେଲା: ଧର୍ମଶାଳା/ଜମ୍ମୁ (ଉତ୍ତରାଞ୍ଚଳ), ପୁଣେ/ରାଜକୋଟ(ପଶ୍ଚିମାଞ୍ଚଳ),ଇନ୍ଦୋର/ନାଗପୁର/ରାୟପୁର(ପଶ୍ଚିମାଞ୍ଚଳ), ରାଞ୍ଚତ୍/କଟକ (ପୂର୍ବାଞ୍ଚଳ), କୋଚି/ଭାଇଜାଗ୍‌ (ଦକ୍ଷିଣାଞ୍ଚଳ) ଓ ଗୁଆହାଟୀ ( ଉତ୍ତର-ପୂର୍ବାଞ୍ଚଳ)। ଆବଶ୍ୟକ ସ୍ଥଳେ ଡବ୍ଲ୍ୟୁଆଇପିଏଲ୍‌ରେ ବିକଳ୍ପ ଦଳ ମଧ୍ୟ ବିକ୍ରି କରାଯାଇପାରେ। ବର୍ତ୍ତମାନ ଆଇପିଏଲ ଖେଳାଯାଉଥିବା ଭେନ୍ୟୁକୁ ବ୍ୟବହାର କରାଯାଇପାରେ। ଏହି ସହରଗୁଡ଼ିକ ମଧ୍ୟରେ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ରହିଛି। ତେବେ ମହିଳା ଆଇପିଏଲ୍‌ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ଓ ବିସିସିଆଇ କର୍ମକର୍ତ୍ତାମାନେ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri