ଚାଷ ପ୍ରତି ବଢ଼ୁଛି ମହିଳାଙ୍କ ଆଗ୍ରହ

ସମ୍ବଲପୁର,୨୧ା୧୦(ବ୍ୟୁରୋ): ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଯାଉଛି। ଏପରିସ୍ଥଳେ ସମ୍ବଲପୁର ଜିଲାରେ ଚାଷ ପ୍ରତି ମହିଳାଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଦ୍ୱାରା ସେମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ମିଶନ ଶକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ ସହିତ ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଆଇଟିଡିଏ ଭଳି ୧୫ରୁ ଅଧିକ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୫୭ ଉତ୍ପାଦକ ଗୋଷ୍ଠୀ ଓ ୪ ପ୍ରଡ୍ୟୁସର କମ୍ପାନୀରେ ୭ହଜାରରୁ ଅଧିକ ମହିଳା ସାମିଲ ହୋଇଛନ୍ତି।
ସମ୍ବଲପୁର ଜିଲାର ବିଭିନ୍ନ ବ୍ଲକରେ ମହିଳାମାନେ ସରକାରୀ ଯୋଜନାର ଲାଭ ଉଠାଇ ଆର୍ଥିକ, ସାମାଜିକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପରି କି ରାଜ୍ୟ ଓ ଜାତୀୟ ସ୍ତରରେ ସେମାନେ ଚାଷ ପାଇଁ ପୁରସ୍କୃତ ହୋଇଛନ୍ତି। ଜୟବାୟୁ ପରିବର୍ତ୍ତନ ଯୋଗୁ ଅଦିନିଆ ବର୍ଷା, ରୋଗପୋକ, ମରୁଡ଼ି ଆଦି ଅନେକ ସମସ୍ୟା ଦେଇ ଚାଷୀ ଗତି କରୁଛି। ଅମଳ ହେବା ପୂର୍ବରୁ ଫସଲ ନଷ୍ଟ ହୋଇଯାଉଛି। ଏହା ସତ୍ତ୍ୱେ ମହିଳାମାନେ ଚାଷକୁ ରୋଜଗାରର ପନ୍ଥା ଭାବେ ଆପଣେଇ ନେଇଛନ୍ତି। ମାଛଚାଷ, ଗୋପାଳନ, ଛତୁଚାଷଠାରୁ ଆରମ୍ଭ କରି ପନିପରିବା, ଫୁଲଚାଷ ଓ ଆମ୍ବ ତଥା ଅନ୍ୟାନ୍ୟ ଫଳଚାଷରେ ସେମାନେ ନିଜକୁ ନିୟୋଜିତ କରିଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ତାଲିମଦେଇ ରୋଜଗାର ପ୍ରଦାନ କରାଯାଉଛି। ଜିଲାର ବିଭିନ୍ନ ବ୍ଲକରେ ୩ବର୍ଷରେ ୫୭ଟି ଉତ୍ପାଦକ ଗୋଷ୍ଠୀଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରାୟ ଏକବର୍ଷ ହେବ ଯୁଯୁମୁରା, କୁଚିଣ୍ଡା, ଜମନକିରା, ନାକଟିଦେଉଳ ବ୍ଲକରେ ୪ଗୋଟି ପ୍ରଡ୍ୟୁସର କମ୍ପାନୀ କାର୍ଯ୍ୟକ୍ଷମ ଅଛନ୍ତି। ଏଥିରେ ସାମିଲ ଥିବା ମହିଳା ଚାଷୀଙ୍କୁ ମାଗଣା ବିହନ, ସାର, କୀଟନାଶକ ପ୍ରଦାନ କରାଯାଉଛି। ଅନେକ ସ୍ଥାନରେ ସେମାନଙ୍କୁ ଅଧିକ ରିହାତି ଦେଇ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି। କୃଷି ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞମାନେ ମଧ୍ୟ ଏଥିରେ ସହାୟତା କରୁଛନ୍ତି। ସେମାନଙ୍କୁ ଚାଷ କରିବାଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପରାମର୍ଶ ଓ ସଚେତନ କରାଯାଉଛି। ବ୍ୟାଙ୍କ, ସମବାୟ ସମିତି, ଲାମ୍ପ୍ସରୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। ଏଥିରେ ପଞ୍ଚାୟତସ୍ତରରୁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି।
ଯୁଯୁମୁରା ବ୍ଲକ ସବୁଜ ସନାତନପାଲି ଫାର୍ମର ପ୍ରଡ୍ୟୁସର କମ୍ପାନୀ ସିଇଓ ପ୍ରାଚୀ ପଟେଲ କହିଛନ୍ତି, ଆମ କମ୍ପାନୀରେ ସମୁଦାୟ ୭୪୦ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଶହରୁ ଊର୍ଦ୍ଧ୍ୱ ମହିଳା ଚାଷୀ ଅଛନ୍ତି। ୨୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ମଧ୍ୟ ସାମିଲ ହୋଇଛନ୍ତି। ମହିଳାମାନଙ୍କୁ ସମସ୍ତ ବିହନ, କୀଟନାଶକ ମାଗଣା ଓ ରିହାତି ଦରରେ ଦିଆଯାଉଛି। ସନାତନପାଲି ଗ୍ରାମରେ ଏକ କୋଲ୍ଡ ଷ୍ଟୋରେଜ ରହିଛି। ଫଳରେ ଉତ୍ପାଦିତ ଫସଲ ସୁରକ୍ଷିତ ରଖାଯାଇ ବିକ୍ରି କରାଯାଉଛି। ମହିଳା ଚାଷୀମାନେ ବେଶ୍‌ ଉତ୍ସାହିତ ହୋଇ ପରିବା, ଛତୁ, ମାଛଚାଷ କରୁଛନ୍ତି। ପ୍ରତିଦିନ ପରିବା ଓ ଛତୁ ବିକ୍ରି କରି ମହିଳାମାନଙ୍କ ପାଖକୁ ଟଙ୍କା ଆସୁଥିବା ସେ କହିଥିଲେ। ଏହିପରି ଭାବେ ଗ୍ରୁପ୍‌ରେ ସାମିଲ ଥିବା ଜଣେ ଜଣେ ମହିଳା ବାର୍ଷିକ ୨ରୁ ୫ଲକ୍ଷ ଟଙ୍କା ଗୋଜଗାର କରୁଛନ୍ତି। ଏହି ଗ୍ରୁପ୍‌ର ମହିଳାଙ୍କ ଦାବି ଅନୁଯାୟୀ ପ୍ରତି ପଞ୍ଚାୟତରେ ଶୀତଳଭଣ୍ଡାର ସହ ପ୍ରୋସେସିଂ ୟୁନିଟ୍‌ ନିର୍ମାଣ କରାଯାଉ। ଫଳରେ ଚାଷୀମାନେ ଉତ୍ପାଦିତ ଫସଲକୁ ପ୍ରୋସେସିଂ ଓ ପ୍ୟାକିଂ କରି ବଜାରରେ ସୁବିଧାରେ ବିକ୍ରି କରିପାରିବେ। ପ୍ୟାକିଂ କରାଗଲେ ମିଳୁଥିବା ମୂଲ୍ୟଠାରୁ ଅଧିକ ମୂଲ୍ୟ ମିଳିବ। ଅଧିକ ମହିଳାଙ୍କୁ ଏହି ଗୋଷ୍ଠୀ ମାଧ୍ୟମରେ ସାମିଲ କରାଯାଇ ପାରିଲେ ସାମାଜିକ କ୍ଷେତ୍ରରେ ସେମାନଙ୍କ ଭୂମିକା ସୁଦୃଢ଼ ହୋଇପାରିବ। ଏ ସମ୍ପର୍କରେ ଓର୍‌ମାସ୍‌ ଜିଲା ସଂଯୋଜକ ଶ୍ରୀବନ୍ତ ହୋତା କହିଛନ୍ତି, ସରକାରୀ ସ୍ତରରେ ଉତ୍ପାଦକ ଗୋଷ୍ଠୀ ଓ ପ୍ରଡ୍ୟୁସର କମ୍ପାନୀକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ବଜାର ବ୍ୟବସ୍ଥା, କୋଲ୍ଡ ଷ୍ଟୋରେଜ ଓ ପ୍ରୋସେସିଂ ୟୁନିଟ୍‌ ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକରେ ସ୍ଥାପନ କରାଯିବ। ଅଧିକ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri