ଚାଷ ପ୍ରତି ବଢ଼ୁଛି ମହିଳାଙ୍କ ଆଗ୍ରହ

ସମ୍ବଲପୁର,୨୧ା୧୦(ବ୍ୟୁରୋ): ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭର କରାଯାଉଛି। ଏପରିସ୍ଥଳେ ସମ୍ବଲପୁର ଜିଲାରେ ଚାଷ ପ୍ରତି ମହିଳାଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହା ଦ୍ୱାରା ସେମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। ମିଶନ ଶକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ ସହିତ ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଆଇଟିଡିଏ ଭଳି ୧୫ରୁ ଅଧିକ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୫୭ ଉତ୍ପାଦକ ଗୋଷ୍ଠୀ ଓ ୪ ପ୍ରଡ୍ୟୁସର କମ୍ପାନୀରେ ୭ହଜାରରୁ ଅଧିକ ମହିଳା ସାମିଲ ହୋଇଛନ୍ତି।
ସମ୍ବଲପୁର ଜିଲାର ବିଭିନ୍ନ ବ୍ଲକରେ ମହିଳାମାନେ ସରକାରୀ ଯୋଜନାର ଲାଭ ଉଠାଇ ଆର୍ଥିକ, ସାମାଜିକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପରି କି ରାଜ୍ୟ ଓ ଜାତୀୟ ସ୍ତରରେ ସେମାନେ ଚାଷ ପାଇଁ ପୁରସ୍କୃତ ହୋଇଛନ୍ତି। ଜୟବାୟୁ ପରିବର୍ତ୍ତନ ଯୋଗୁ ଅଦିନିଆ ବର୍ଷା, ରୋଗପୋକ, ମରୁଡ଼ି ଆଦି ଅନେକ ସମସ୍ୟା ଦେଇ ଚାଷୀ ଗତି କରୁଛି। ଅମଳ ହେବା ପୂର୍ବରୁ ଫସଲ ନଷ୍ଟ ହୋଇଯାଉଛି। ଏହା ସତ୍ତ୍ୱେ ମହିଳାମାନେ ଚାଷକୁ ରୋଜଗାରର ପନ୍ଥା ଭାବେ ଆପଣେଇ ନେଇଛନ୍ତି। ମାଛଚାଷ, ଗୋପାଳନ, ଛତୁଚାଷଠାରୁ ଆରମ୍ଭ କରି ପନିପରିବା, ଫୁଲଚାଷ ଓ ଆମ୍ବ ତଥା ଅନ୍ୟାନ୍ୟ ଫଳଚାଷରେ ସେମାନେ ନିଜକୁ ନିୟୋଜିତ କରିଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ତାଲିମଦେଇ ରୋଜଗାର ପ୍ରଦାନ କରାଯାଉଛି। ଜିଲାର ବିଭିନ୍ନ ବ୍ଲକରେ ୩ବର୍ଷରେ ୫୭ଟି ଉତ୍ପାଦକ ଗୋଷ୍ଠୀଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରାୟ ଏକବର୍ଷ ହେବ ଯୁଯୁମୁରା, କୁଚିଣ୍ଡା, ଜମନକିରା, ନାକଟିଦେଉଳ ବ୍ଲକରେ ୪ଗୋଟି ପ୍ରଡ୍ୟୁସର କମ୍ପାନୀ କାର୍ଯ୍ୟକ୍ଷମ ଅଛନ୍ତି। ଏଥିରେ ସାମିଲ ଥିବା ମହିଳା ଚାଷୀଙ୍କୁ ମାଗଣା ବିହନ, ସାର, କୀଟନାଶକ ପ୍ରଦାନ କରାଯାଉଛି। ଅନେକ ସ୍ଥାନରେ ସେମାନଙ୍କୁ ଅଧିକ ରିହାତି ଦେଇ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି। କୃଷି ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞମାନେ ମଧ୍ୟ ଏଥିରେ ସହାୟତା କରୁଛନ୍ତି। ସେମାନଙ୍କୁ ଚାଷ କରିବାଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପରାମର୍ଶ ଓ ସଚେତନ କରାଯାଉଛି। ବ୍ୟାଙ୍କ, ସମବାୟ ସମିତି, ଲାମ୍ପ୍ସରୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। ଏଥିରେ ପଞ୍ଚାୟତସ୍ତରରୁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି।
ଯୁଯୁମୁରା ବ୍ଲକ ସବୁଜ ସନାତନପାଲି ଫାର୍ମର ପ୍ରଡ୍ୟୁସର କମ୍ପାନୀ ସିଇଓ ପ୍ରାଚୀ ପଟେଲ କହିଛନ୍ତି, ଆମ କମ୍ପାନୀରେ ସମୁଦାୟ ୭୪୦ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଶହରୁ ଊର୍ଦ୍ଧ୍ୱ ମହିଳା ଚାଷୀ ଅଛନ୍ତି। ୨୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ମଧ୍ୟ ସାମିଲ ହୋଇଛନ୍ତି। ମହିଳାମାନଙ୍କୁ ସମସ୍ତ ବିହନ, କୀଟନାଶକ ମାଗଣା ଓ ରିହାତି ଦରରେ ଦିଆଯାଉଛି। ସନାତନପାଲି ଗ୍ରାମରେ ଏକ କୋଲ୍ଡ ଷ୍ଟୋରେଜ ରହିଛି। ଫଳରେ ଉତ୍ପାଦିତ ଫସଲ ସୁରକ୍ଷିତ ରଖାଯାଇ ବିକ୍ରି କରାଯାଉଛି। ମହିଳା ଚାଷୀମାନେ ବେଶ୍‌ ଉତ୍ସାହିତ ହୋଇ ପରିବା, ଛତୁ, ମାଛଚାଷ କରୁଛନ୍ତି। ପ୍ରତିଦିନ ପରିବା ଓ ଛତୁ ବିକ୍ରି କରି ମହିଳାମାନଙ୍କ ପାଖକୁ ଟଙ୍କା ଆସୁଥିବା ସେ କହିଥିଲେ। ଏହିପରି ଭାବେ ଗ୍ରୁପ୍‌ରେ ସାମିଲ ଥିବା ଜଣେ ଜଣେ ମହିଳା ବାର୍ଷିକ ୨ରୁ ୫ଲକ୍ଷ ଟଙ୍କା ଗୋଜଗାର କରୁଛନ୍ତି। ଏହି ଗ୍ରୁପ୍‌ର ମହିଳାଙ୍କ ଦାବି ଅନୁଯାୟୀ ପ୍ରତି ପଞ୍ଚାୟତରେ ଶୀତଳଭଣ୍ଡାର ସହ ପ୍ରୋସେସିଂ ୟୁନିଟ୍‌ ନିର୍ମାଣ କରାଯାଉ। ଫଳରେ ଚାଷୀମାନେ ଉତ୍ପାଦିତ ଫସଲକୁ ପ୍ରୋସେସିଂ ଓ ପ୍ୟାକିଂ କରି ବଜାରରେ ସୁବିଧାରେ ବିକ୍ରି କରିପାରିବେ। ପ୍ୟାକିଂ କରାଗଲେ ମିଳୁଥିବା ମୂଲ୍ୟଠାରୁ ଅଧିକ ମୂଲ୍ୟ ମିଳିବ। ଅଧିକ ମହିଳାଙ୍କୁ ଏହି ଗୋଷ୍ଠୀ ମାଧ୍ୟମରେ ସାମିଲ କରାଯାଇ ପାରିଲେ ସାମାଜିକ କ୍ଷେତ୍ରରେ ସେମାନଙ୍କ ଭୂମିକା ସୁଦୃଢ଼ ହୋଇପାରିବ। ଏ ସମ୍ପର୍କରେ ଓର୍‌ମାସ୍‌ ଜିଲା ସଂଯୋଜକ ଶ୍ରୀବନ୍ତ ହୋତା କହିଛନ୍ତି, ସରକାରୀ ସ୍ତରରେ ଉତ୍ପାଦକ ଗୋଷ୍ଠୀ ଓ ପ୍ରଡ୍ୟୁସର କମ୍ପାନୀକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ବଜାର ବ୍ୟବସ୍ଥା, କୋଲ୍ଡ ଷ୍ଟୋରେଜ ଓ ପ୍ରୋସେସିଂ ୟୁନିଟ୍‌ ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକରେ ସ୍ଥାପନ କରାଯିବ। ଅଧିକ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri