Posted inଖେଳ

ମହିଳା ଫିଫା ବିଶ୍ୱକପ: କନ୍‌କାକାଫ୍‌ର ୪ଦଳକୁ ସିଧାସଳଖ ଯୋଗ୍ୟତା

ଜୁରିଚ୍‌, ୨୬ା୧୨ (ଏପି)-ମହିଳା ଫିଫା ବିଶ୍ୱକପ ୨୦୨୩ର ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୩୨କୁ ବୃଦ୍ଧି କରାଯାଇଛି। ଫଳରେ ଦି କନଫେଡେରେଶନ ଅଫ୍‌ ନର୍ଥ ସେଣ୍ଟ୍ରାଲ ଆମେରିକା, କାରିବିୟନ ଆସୋସିଏଶନ ଫୁଟ୍‌ବଲ (କନ୍‌କାକାଫ୍‌)ର ୪ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ୧୦ ଦଳକୁ ନେଇ ହେବାକୁଥିବା ପ୍ଲେଅଫ୍‌ ଟୁର୍ନାମେଣ୍ଟ ଜରିଆରେ ଏହି ଅଞ୍ଚଳରୁ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ହାସଲ କରିବେ। ଗତବର୍ଷ ଫ୍ରାନ୍ସରେ ୨୪ଟି ଦଳକୁ ନେଇ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା। ନର୍ଥ ଓ ସେଣ୍ଟ୍ରାଲ ଆମେରିକା ଏବଂ କାରିବିୟନକୁ ନେଇ ଗଠିତ କନ୍‌ଫେଡେରେଶନରୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ଜାମାଇକା ଆଦି ପ୍ରତିନିଧିତ୍ୱ କରିଥିଲେ। କନ୍‌କାକାଫ୍‌ରୁ ଚତୁର୍ଥ ଦଳ ଭାବେ ପାନାମା ପାଇଁ ସୁଯୋଗ ଥିଲା। ମାତ୍ର କନ୍‌କାକାଫ୍‌-କନ୍‌ମେବୋଲ୍‌ ପ୍ଲେ-ଅଫ୍‌ରେ ହୋମ୍‌ ଓ ଆଓ୍ବେ ଏଗ୍ରିଗେଟ୍‌ରେ ଦଳ ଆର୍ଜେଣ୍ଟିନା ନିକଟରୁ ୫-୧ରେ ପରାଜିତ ହୋଇଯାଇଥିଲା। ଫିଫା ମହିଳା ବିଶ୍ୱକପ ୩୨ଟି ଦଳକୁ ନେଇ କରିବା ଲାଗି ଫିଫା ଗୁରୁବାର ବିଧିବଦ୍ଧ ଘୋଷଣା କରିଥିଲା। ୟୁରୋପ (ୟୁଫା)ରୁ ୧୧ଟି ଦଳ, ଏସିଆ (ଏଏଫ୍‌ସି)ରୁ ୬, କନ୍‌କାକାଫ୍‌ ଭଳି ଆଫ୍ରିକା (କାଫ୍‌)ରୁ ୪, ଦକ୍ଷିଣ ଆମେରିକା (କନ୍‌ମେବୋଲ)ରୁ ୩ ଏବଂ ଓସେନିଆ (ଓଏଫ୍‌ସି)ରୁ ଗୋଟିଏ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଆୟୋଜକ ହିସାବରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମାନଙ୍କ କନ୍‌ଫେଡେରେଶନ ପାଇଁ ରହିଥିବା କୋଟାରୁ ସ୍ବାଭାବିକ ଯୋଗ୍ୟତା ଅର୍ଜନ କରିବେ। ସୂଚନାଯୋଗ୍ୟ, ପ୍ରଥମ ମହିଳା ବିଶ୍ୱକପ ୧୯୯୧ରେ ଚାଇନାରେ ହୋଇଥିଲା। ଏଥିରେ ୧୨ଟି ଦଳ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri