ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ର ସଂଯୋଯିକା ତଥା ଅଧ୍ୟାପିକା ଡ଼. ନିର୍ମଳା ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ  ସଭାପତିତ୍ବ କରିଥିଲେ।  ସାଧନକର୍ମୀ ଭାବେ ଦିଗପହଣ୍ଡି କାନରା ବ୍ୟାଙ୍କ ଶାଖା ପରିଚାଳିକା ଅନିତା ତିଆଡି ଯୋଗଦେଇ ବ୍ୟାଙ୍କର ଆବଶ୍ୟକତା, ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା, ୠଣ ଓ ବୀମା ସଚେତନତା, ଡିଜିଟାଲ ବ୍ୟାଙ୍କିଙ୍ଗ, ଅନଲାଇନ ଠକେଇରୁ ରକ୍ଷା, ସଞ୍ଚୟ ଓ ନିବେଶ ଭଳି ମହିଳା ତଥା ଛାତ୍ରୀଙ୍କ ପାଇଁ  ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଅଧ୍ୟାପକ ଅନିଲ ସାହୁ,ଅଧ୍ୟାପିକା ଡ଼.ଅନିତା ପାଣି,ଆରତୀ ପାତ୍ର,ସସ୍ମିତା ସ୍ବାଇଁ ଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପିକା ଅଧ୍ୟାପକ ଏବଂ ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share