Posted inଜାତୀୟ

ମୋଦିଙ୍କୁ ଗ୍ଲୋ କରିବାର କାରଣ ପଚାରିଲା ମହିଳା କ୍ରିକେଟ ଟିମ୍‌, ଉତ୍ତରରେ ସେ କହିଲେ…

ନୂଆଦିଲ୍ଲୀ,୬ା୧୧: ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଜିତିଛି। ଭାରତୀୟ ମହିଳା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଭେଟିଛନ୍ତି। ଦଳ ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଜର୍ସି ଉପହାର ଦେଇଥିଲା। ଅଧିନାୟକ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଏବଂ ଜେମିମା ରୋଡ୍ରିକ୍ସଙ୍କ ସମେତ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ଆଜି ଏକ ବଡ଼ ଦିନ। ଆଜି ଦେବ ଦୀପାବଳି ଏବଂ ଗୁରୁ ପର୍ବ। ମୁଁ କେବଳ ଆପଣଙ୍କ ସମସ୍ତଙ୍କ କଥା ଶୁଣିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ହରଲିନ ଦେଓଲ ଏକ ଆକର୍ଷଣୀୟ ପ୍ରଶ୍ନ ପଚାରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ, ସାର୍‌ ମୁଁ ଆପଣଙ୍କ ସ୍କିନ୍‌ କେୟାରର ରୁଟିନ୍‌ କ’ଣ ଜାଣିବାକୁ ଚାହୁଁଛି। ଆପଣ ଏତେ ଗ୍ଲୋ କେମିତି କରୁଛନ୍ତି।

ପ୍ରଧାନମନ୍ତ୍ରୀ ଦୀପ୍ତିଙ୍କୁ କହିଥିଲେ, ‘ପଡିଆରେ ଆପଣଙ୍କ ଦାଦାଗିରି ବହୁତ ଚାଲେ। ଦୀପ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ, ଏପରି ନୁହେଁ, ସାର୍‌ କିନ୍ତୁ ବଲ୍‌ ଫିଙ୍ଗା ସମ୍ପର୍କରେ, ସମସ୍ତେ କୁହନ୍ତି ଯେ, ଏହାକୁ ଆପଣଙ୍କ ସାଥୀ ଖେଳାଳିଙ୍କ ଆଡ଼କୁ ଧିରେ ଧିରେ ପକାନ୍ତୁ।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଦୀପ୍ତି କହିଛନ୍ତି, ସାର୍‌ ମୋତେ ହନୁମାନ ଟାଟୁ ବିଷୟରେ ପଚାରିଥିଲେ କି ମୁଁ ଏଥିରେ କେତେ ବିଶ୍ୱାସ କରେ। ମୋତେ ସବୁଠାରୁ ଭଲ ଲାଗିଲା ସାର୍‌ ମୋ’ ଇନଷ୍ଟାଗ୍ରାମ ଟ୍ୟାଗଲାଇନ୍‌ ମଧ୍ୟ ଜାଣିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ହରମନପ୍ରୀତଙ୍କୁ ବଲ୍‌ ବିଷୟରେ ପଚାରିଥିଲେ। ବଲକୁ ତାଙ୍କ ପକେଟରେ ରଖିବା ବିଷୟରେ ହରମନପ୍ରୀତ କହିଛନ୍ତି, ଏହା ନୁହେଁ ଯେ, ଶେଷ କ୍ୟାଚ ମୋ ପାଖକୁ ଆସିବ, କିନ୍ତୁ ସେହି ବଲ ମୋ ପାଖକୁ ଆସିଲା। ମୁଁ ବର୍ଷ ବର୍ଷ ଧରି ଏହାର ଅପେକ୍ଷା କରିଆସୁଛି। ସେଥିପାଇଁ ମୁଁ ବଲକୁ ମୋ ପାଖରେ ରଖିଥିଲି।

ଶେଫାଳି ବର୍ମା ତାଙ୍କର ଅଭିଜ୍ଞତା ବି ଶେୟାର କରିଛନ୍ତି। ସେ କହିଛନ୍ତି, ମୋ ‘ବାପା ମୋ କ୍ୟାରିୟରରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ମୋ’ ବାପା ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ, କିନ୍ତୁ ସେ କରିପାରିଲେ ନାହିଁ। ସେ ନିଶ୍ଚିତ ଭାବରେ ମୋତେ ଏହା କରିବାକୁ ସୁଯୋଗ ଦେଇଛନ୍ତି। ମୁଁ ଏବଂ ମୋ ଭାଇ ଉଭୟ ପିଲାବେଳେ କ୍ରିକେଟ ଖେଳିଥିଲୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?