୨୧ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ୨୪ ବର୍ଷର ସରକାରରେ ରାଜ୍ୟର ମହିଳାମାନେ ଚରମ ଅବହେଳାର ଶିକାର ହୋଇଛନ୍ତି ଏବଂ ଏହାର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଉଦାସୀନ ଅଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ମହିଳାଙ୍କ ପ୍ରତି ଦୀର୍ଘ ବର୍ଷ ଧରି ଲଗାତର ଭାବେ ହେଉଥିବା ଅନ୍ୟାୟ ବିରୋଧରେ ବଡ଼ଧରଣର ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି। ୨୧ତାରିଖରେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା ସମାବେଶର ଆୟୋଜନ କରାଯିବ। ସେଦିନ ରାଜ୍ୟର ମହିଳମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ନବୀନ ନିବାସ ଘେରାଉ କରାଯିବା ସହ ସରକାରଙ୍କ ଉଦାସୀନତା ବିରୋଧରେ ଓଡ଼ିଶାର ପୁରପଲ୍ଲୀରେ ବଡ଼ଧରଣର ମହିଳା ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ମିନାକ୍ଷୀ ଆହୁରି କହିଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ୍‌ସର୍ବସ୍ବ ରାଜନୀତିର ଏକ ଅଂଶବିଶେଷ ଭାବେ ବିବେଚନା କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ପ୍ରତ୍ୟେକ ଦିନ ୭ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ରକ୍ତହୀନତା ଓ ଅପପୁଷ୍ଟିରେ ମହିଳା ଓ ଶିଶୁମାନଙ୍କ ସଂଖ୍ୟା ୬୪%ରୁ ଅଧିକ। ଏ ରାଜ୍ୟ ସରକାର ମହିଳାଙ୍କୁ କେବଳ ନିଜର ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରିବା ବ୍ୟତୀତ ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମିନାକ୍ଷୀ କହିଛନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଓ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ଉତ୍କଟ ଦରବୃଦ୍ଧି ହେତୁ ହାଣ୍ଡିଶାଳ ଉପରେ ହେଉଥିବା କୋରଡ଼ାମାଡ଼କୁ ନେଇ ସାଧାରଣ ଗୃହିଣୀ ତ୍ରସ୍ତ ଅବସ୍ଥାରେ ଅଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?