କେନ୍ଦୁଝରରେ ମହିଳାଙ୍କୁ ପ୍ରାଧାନ୍ୟ

କେନ୍ଦୁଝର,୧୪ା୩ (ସ୍ବ.ପ୍ର/ଡି.ଏନ.ଏ.): କେନ୍ଦୁଝର ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ୩୧ ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଭ୍ୟା ତଥା ବିଜେଡି ପ୍ରାର୍ଥୀ ସାଗରିକା ସାହୁ ସଭାପତି ଭାବେ ବିଜୟଲାଭ କରିଛନ୍ତି। ୩୭ ଜିଲା ପରିଷଦ ଆସନ ବିଶିଷ୍ଟ ଏହି ପରିଷଦରେ ଜଣେ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ହୋଇ ନ ଥିବାବେଳେ ଅବଶିଷ୍ଟ ୩୬ ଜୋନ୍‌ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ବିଜେଡି ୩୩ ଏବଂ ଭାଜପା ୩ଟି ଅକ୍ତିଆର କରିଥିଲା। ଚଳିତଥର ଜିଲା ପରିଷଦ ସଭାପତି ପଦ ଅଣସଂରକ୍ଷିତ ରହିଥିବାରୁ ଅଧ୍ୟକ୍ଷ ପଦ ପାଇଁ ବହୁ ଆଶାବାଦୀ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ବିଜେଡି ଜଣେ ମହିଳାଙ୍କୁ ସୁଯୋଗ ଦେଇଛି। ଅପରପକ୍ଷେ ଭାଜପା ପ୍ରାର୍ଥୀ ଭାବେ ୩ ନଂ. ଜୋନ୍‌ର ସଭ୍ୟା ଅସୀମା ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୩ଟି ଭୋଟ୍‌ ପାଇଥିବା ବେଳେ ସାଗରିକା ୩୩ ଖଣ୍ଡ ଭୋଟ୍‌ ପାଇ ଜିତିଛନ୍ତି।
୧୯୯୭ରେ ପ୍ରଥମ ଜିଲା ପରିଷଦ ନିର୍ବାଚନରେ କେନ୍ଦୁଝର ଜିଲା ପରିଷଦ ସଭାପତି ପଦବୀ ଅସଂରକ୍ଷିତ ରହିଥିବା ବେଳେ ଏକ ନାଟକୀୟ ଭଙ୍ଗୀରେ ହରିଚନ୍ଦନପୁର ବ୍ଲକରୁ ନିର୍ବାଚିତ ଦେବକୀ ନନ୍ଦନ ମହାନ୍ତି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ କଂଗ୍ରେସ ଦଳରୁ ବିଜୟଲାଭ କରିଥିଲେ। ୨୦୦୨ରେ ଏହି ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସାହାରପଡ଼ା ବ୍ଲକରୁ ନିର୍ବାଚିତ ମମିତା ନାଏକ ଭାଜପାରୁ ବିଜୟଲାଭ କରି ସଭାପତି ହୋଇପାରିଥିଲେ। ୨୦୦୭ରେ ବାଂଶପାଳ ବ୍ଲକରୁ ନିର୍ବାଚିତ ଜିଲା କଂଗ୍ରେସ କମିଟି ସଭାପତି ବନବିହାରୀ ପହି ଧର୍ମଗୁଳାରେ ଜିଲା ପରିଷଦ ସଭାପତି ପଦ ହାତେଇ ପାରିଥିଲେ। ୨୦୧୨ ନିର୍ବାଚନରେ ପାଟଣା ବ୍ଲକରୁ ବିଜେଡି ଟିକେଟରେ ନିର୍ବାଚିତ ଶାରୀଲତା ପୃଷ୍ଟି ଜିଲା ପରିଷଦ ସଭାପତି ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇ ପାଞ୍ଚବର୍ଷ ପୂରଣ କରିଥିଲେ। ୨୦୧୭ରେ ଏହି ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସଦର ବ୍ଲକରୁ କମଳିନୀ ପାତ୍ର ଜିଲା ପରିଷଦ ସଭାପତି ପଦ ହାସଲ କରିଥିଲେ। ଦୀର୍ଘ ୧୫ବର୍ଷ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଆସନଟି ଅସଂରକ୍ଷିତ ହୋଇଥିଲେ ମଧ୍ୟ ବିଜେଡି ଜଣେ ମହିଳାଙ୍କୁ ସୁଯୋଗ ଦେଇଛି। ବିଜେଡି କ୍ରମାଗତ ୩ ଥର ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri