Posted inଭଦ୍ରକ

ଜିତିଲେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରଫୁଲ୍ଲ

ଭଦ୍ରକ ଅଫିସ/ ବନ୍ତ,୧୪ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ୧୫ ନଂ. ଜୋନ୍‌ର ଜିଲା ପରିଷଦ ସଭ୍ୟ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଜେନା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ଜିଲା ପରିଷଦ ସଭାପତି ଭାବେ ବିଜୟୀ ହୋଇଛନ୍ତି। ତାଙ୍କ ଘର ମହାନ୍ତିପଡ଼ା ଗ୍ରାମରେ ହୋଇଥିବା ବେଳେ ସେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ।
ଭଦ୍ରକ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲାପାଳ ଅରୁଣ କୁମାର ମହାପାତ୍ର ଏକମାତ୍ର ନାମାଙ୍କନପତ୍ର କାଏମ୍‌ ରହିଥିବା ଘୋଷଣା କରିଥିଲେ। ୨୮ ଜୋନ୍‌ର ଜିଲା ପରିଷଦ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ଜିଲାପାଳ ତ୍ରିଲୋଚନ ମାଝି ନୂତନ ଜିଲା ପରିଷଦ ସଭାପତି ଜେନାଙ୍କୁ ସ୍ବାଗତ କରିବା ସହ ସମସ୍ତ ନବନିର୍ବାଚିତ ସଭ୍ୟାସଭ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri