ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ

ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍‌ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର ଜଣଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଦେଲେ ସ୍ବାମୀ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲା ଗ୍ରାମରେ  ।

ସୁଲେକେଲା ଗ୍ରାମର ରାଜେଶ ରଣାଙ୍କର ସଇଁତଳା ଥାନା ଟିକ୍ରାପଡା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ତାଙ୍କୁ ନିଜ ଘର ସୁଲେକେଲାକୁ ନେଇ ଆସିଥିଲେ ରାଜେଶ। ଝିଅ ନିଜ ଜାତିର ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଆପଣାଇ ନେଇଥିଲେ। ଉଭୟ ପରିବାର ବନ୍ଧୁବାନ୍ଧବ ଓ ସାହି ପଡିଶାଙ୍କ ଉପସ୍ଥିତିରେ ସେମାନଙ୍କୁ ପୁଅବୋହୂର ମାନ୍ୟାତା ଦେଇଥିଲେ। ଝିଅ ଘର ପକ୍ଷରୁ ମଧ୍ୟ ଯୌତୁକ ମଧ୍ୟ ଦିଆଯାଇଥିଲା।

ବିବାହର କିଛିଦିନ ପରେ ଗତ ଜୁଲାଇ ମାସରେ ରାଜେଶ ନବବିବାହିତା ସ୍ତ୍ରୀଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଅଗଷ୍ଟ ୨୭ରେ ଝିଅ ତାଙ୍କ ବାପାଙ୍କୁ ଫୋନ କରି ସେ କେଉଁ ସ୍ଥାନରେ ଅଛନ୍ତି ଜାଣିପାରୁ ନ ଥିବା କହିଥିଲେ। ତାଙ୍କର ପ୍ରବଳ ମୁଣ୍ଡ ବିନ୍ଧୁଥିବା କହିଥିଲେ। ଫୋନ ପାଇବା ପରେ ମହିଳାଙ୍କ ବାପା ଜ୍ୱାଇଁ ରାଜେଶଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ କୁଆଡେ ପଳାଇ ଯାଇଥିବା ରାଜେଶ ତାଙ୍କ ଶ୍ୱଶୁରଙ୍କୁ କହିଥିଲେ। ଅଗଷ୍ଠ ୨୮ତାରିଖରେ ମହିଳାକୁ ଉଦ୍ଧାର କରିବା ପାଇଁ ବଲାଙ୍ଗୀର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ତପତ୍ରତା ପ୍ରକାଶ କରି ବେଲପଡା ଥାନା ପୋଲିସ ରାଜେଶଙ୍କ ସ୍ତ୍ରୀର ମୋବାଇଲ କଲ ରେକର୍ଡ ଯାଞ୍ଚ କରି ରାଜସ୍ଥାନରେ ରହୁଥିବା ଜାଣିବାକୁ ପାଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ପୋଲିସର ଏକ ଟିମ ରାଜସ୍ଥାନ ରାଜ୍ୟ ବାରାନ ଜିଲା ମନଝେଲା ଗ୍ରାମର ଜଣଙ୍କ ଘରେ ରାଜେଶଙ୍କ ସ୍ତ୍ରୀ ରହୁଥିବା ଠାବ କରିଥିଲା। ରାଜସ୍ଥାନ ପୋଲିସ ସହାୟତାରେ ଚଢାଉ କରି ମହିଳାଙ୍କୁ ଉଦ୍ଧାର କରି ବେଲପଡା ଆଣିଥିଲେ। ସ୍ବାମୀ ରାଜେଶ ତାଙ୍କୁ ୧ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଉଦ୍ଧାର ପରେ ଯୁବତୀ ଜଣକ କହିଥିଲେ। ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ବେଲପଡା ଥାନାରେ ଏକ ମାମଲା(୨୨୬/୨୧)ରଜୁ କରି ପୋଲିସ ରାଜେଶଙ୍କୁ ଗିରଫ କରିଥିଲା। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବୁଲୁ ମୁଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କୁ ଅଭିଯୋଗ ପରେ ବି ଇକୋ ପାର୍କ ରାସ୍ତା ହେଲାନି

ମାଲକାନଗିରି,୧୭ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ମହକୁମାଠାରୁ ୫ କି.ମି.ଦୂର ସତୀଗୁଡା ଜଳଭଣ୍ଡାରକୁ ଲାଗି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ରହିଛି। ମାଲକାନଗିରି-ଜୟପୁର ଜାତୀୟ ରାଜପଥ ଡ୍ୟାମ୍‌...

ଜବରଦଖଲ ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ

ପୁରୁଣା ଭୁବନେଶ୍ୱର,୧୬।୧୦ (ଡି.ଏନ.ଏ.):ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାମାନ ହେବ। ଅଧିକରୁ ଅଧିକ ପର୍ଯ୍ୟଟକ...

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ...

ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍‌ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ...

ପ୍ରେମିକା ଘରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ରାଜଧାନୀ ଭୁବନେଶ୍ୱରର ସାଲିଆ ସାହିରେ ରବିବାର ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଦ୍ୱୟ ହେଲେ...

ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୧୦।୨(ସ୍ବ.ପ୍ର.) : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରୀଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶନିବାର କୋଭିଡ-୧୯(କରୋନା)ରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ...

Advertisement
Archives

Model This Week