ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ

ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍‌ଠାକ ଚାଲିଲା ପରେ ସବୁ ଯେମିତି ବିଗିଡି ଗଲା। ଅପଣାର କରିଥିବା ସ୍ତ୍ରୀଙ୍କୁ ରାଜସ୍ଥାନର ଜଣଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଦେଲେ ସ୍ବାମୀ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲା ଗ୍ରାମରେ  ।

ସୁଲେକେଲା ଗ୍ରାମର ରାଜେଶ ରଣାଙ୍କର ସଇଁତଳା ଥାନା ଟିକ୍ରାପଡା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ତାଙ୍କୁ ନିଜ ଘର ସୁଲେକେଲାକୁ ନେଇ ଆସିଥିଲେ ରାଜେଶ। ଝିଅ ନିଜ ଜାତିର ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଆପଣାଇ ନେଇଥିଲେ। ଉଭୟ ପରିବାର ବନ୍ଧୁବାନ୍ଧବ ଓ ସାହି ପଡିଶାଙ୍କ ଉପସ୍ଥିତିରେ ସେମାନଙ୍କୁ ପୁଅବୋହୂର ମାନ୍ୟାତା ଦେଇଥିଲେ। ଝିଅ ଘର ପକ୍ଷରୁ ମଧ୍ୟ ଯୌତୁକ ମଧ୍ୟ ଦିଆଯାଇଥିଲା।

ବିବାହର କିଛିଦିନ ପରେ ଗତ ଜୁଲାଇ ମାସରେ ରାଜେଶ ନବବିବାହିତା ସ୍ତ୍ରୀଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଅଗଷ୍ଟ ୨୭ରେ ଝିଅ ତାଙ୍କ ବାପାଙ୍କୁ ଫୋନ କରି ସେ କେଉଁ ସ୍ଥାନରେ ଅଛନ୍ତି ଜାଣିପାରୁ ନ ଥିବା କହିଥିଲେ। ତାଙ୍କର ପ୍ରବଳ ମୁଣ୍ଡ ବିନ୍ଧୁଥିବା କହିଥିଲେ। ଫୋନ ପାଇବା ପରେ ମହିଳାଙ୍କ ବାପା ଜ୍ୱାଇଁ ରାଜେଶଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ କୁଆଡେ ପଳାଇ ଯାଇଥିବା ରାଜେଶ ତାଙ୍କ ଶ୍ୱଶୁରଙ୍କୁ କହିଥିଲେ। ଅଗଷ୍ଠ ୨୮ତାରିଖରେ ମହିଳାକୁ ଉଦ୍ଧାର କରିବା ପାଇଁ ବଲାଙ୍ଗୀର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ତପତ୍ରତା ପ୍ରକାଶ କରି ବେଲପଡା ଥାନା ପୋଲିସ ରାଜେଶଙ୍କ ସ୍ତ୍ରୀର ମୋବାଇଲ କଲ ରେକର୍ଡ ଯାଞ୍ଚ କରି ରାଜସ୍ଥାନରେ ରହୁଥିବା ଜାଣିବାକୁ ପାଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବେଲପଡା ପୋଲିସର ଏକ ଟିମ ରାଜସ୍ଥାନ ରାଜ୍ୟ ବାରାନ ଜିଲା ମନଝେଲା ଗ୍ରାମର ଜଣଙ୍କ ଘରେ ରାଜେଶଙ୍କ ସ୍ତ୍ରୀ ରହୁଥିବା ଠାବ କରିଥିଲା। ରାଜସ୍ଥାନ ପୋଲିସ ସହାୟତାରେ ଚଢାଉ କରି ମହିଳାଙ୍କୁ ଉଦ୍ଧାର କରି ବେଲପଡା ଆଣିଥିଲେ। ସ୍ବାମୀ ରାଜେଶ ତାଙ୍କୁ ୧ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଉଦ୍ଧାର ପରେ ଯୁବତୀ ଜଣକ କହିଥିଲେ। ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ବେଲପଡା ଥାନାରେ ଏକ ମାମଲା(୨୨୬/୨୧)ରଜୁ କରି ପୋଲିସ ରାଜେଶଙ୍କୁ ଗିରଫ କରିଥିଲା। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବୁଲୁ ମୁଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri