ବିଶପ୍‌ ବୈଠକରେ ମହିଳାଙ୍କୁ ମିଳିଲା ଭୋଟ ଅନୁମତି

ଭାଟିକାନ୍‌ ସିଟି,୨୭ା୪: ବିଶପ୍‌ମାନଙ୍କ ଆଗାମୀ ବୈଠକରେ ମହିଳାମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ପୋପ୍‌ ଫ୍ରାନ୍ସିସ୍‌ ନିଷ୍ପତ୍ତି ନେଇଛନ୍ତି। କାଥୋଲିକ୍‌ ଚର୍ଚ୍ଚରେ ମହିଳାମାନଙ୍କୁ ବଡ଼ ନିଷ୍ପତ୍ତି ନେବାର ଦାୟିତ୍ୱ ଦେବା ପାଇଁ ପୋପ୍‌ ଆଶା ରଖିଥିବା ଉପରୋକ୍ତ ନିଷ୍ପତ୍ତିରୁ ପ୍ରତିଫଳିତ ହୋଇଛି। ବିଶପ୍‌ମାନଙ୍କ ସଭା (ସିନୋଡ୍‌)ର ପରିଚାଳନା ନିୟମାବଳୀରେ ପରିବର୍ତ୍ତନକୁ ପୋପ୍‌ ଅନୁମୋଦନ କରିଛନ୍ତି। ଉକ୍ତ ସଭାରେ ବିଶ୍ୱର ସବୁ ବିଶପ୍‌ ଏକାଠି ହୋଇଥାନ୍ତି। ସିନୋଡ୍‌ରେ ଭୋଟ ଅଧିକାର ପାଇଁ ମହିଳାମାନେ ବହୁ ଦଶନ୍ଧି ହେଲା ଦାବି କରିଆସୁଥିଲେ।

Share