Categories: ଜାତୀୟ

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ ମୁସଲମାନ ମହିଳା, ଏଥିପାଇଁ କଲେ ଧନ୍ୟବାଦ

ବାରଣାସୀ,୩୧।୭: ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ କେନ୍ଦ୍ର ସରକାର ତିନ୍‌ ତଲାକ ଭଳି କୁପ୍ରଥାକୁ ହଟାଇ ଦେଇଥିଲେ। ଏହି ସ୍ମରଣୀୟ ଦିନକୁ ମନେପକାଇ ଶୁକ୍ରବାର ବାରଣାସୀର ମୁସଲମାନ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି। ମହିଳାମାନେ ମୋଦିଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବାରଣାସୀର ମୁସଲମାନ ବହୁଳ ଦାଲମଣ୍ଡି ଅଞ୍ଚଳରେ ମହିଳାମାନେ ନିଜ ଏମ୍‌ପି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ମନେ ପକାଇଛନ୍ତି। ଆଗକୁ ରାକ୍ଷୀପୂର୍ଣ୍ଣିମା ଆସୁଥିବାରୁ ମୁସଲମାନ ମହିଳାମାନେ ମୋଦିଙ୍କୁ ଭାଇ ବୋଲି କହିଛନ୍ତି।

ତିନ୍‌ ତଲାକ ଭଳି କୁପ୍ରଥାକୁ ମୋଦି ଯେଉଁଭଳି ହଟାଇ ଦେଇଛନ୍ତି ତାହା କେବଳ ଜଣେ ଭାଇ ହିଁ ଭଉଣୀ ପାଇଁ କରିବା ପାରିବ। ମୋଦି ଏହିଭଳି ଆମର ରକ୍ଷା କରୁଥାନ୍ତୁ। ସେ କେବଳ ଆମର ନୁହେଁ ଦେଶର ସବୁ ମୁସଲମାନ ମହିଳାଙ୍କର ଭାଇ ବୋଲି ସେମାନେ କହିଛନ୍ତି।

Share