ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ରାୟଗଡ଼ା ଅଫିସ,୨୯ା୫: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ କାରଲାକଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ ଦୀର୍ଘ ୨ ଘଣ୍ଟା ହେଲା ଲୋକେ ରାସ୍ତା ଅବରୋଧ କରି ରାସ୍ତା ମଝିରେ ଧାରଣା ଦେଇ ବସିଛନ୍ତି। ଫଳରେ ଗାଡ଼ିମୋଟର ଉଭୟ ପାର୍ଶ୍ୱରେ ଜାମ୍‌ ହୋଇଯାଇଛି। ସରକାର ଜଳ ହିଁ ଜୀବନ କହୁଥିବା ବେଳେ ଖରା ଦିନେ ବୁନ୍ଦେ ପାଣି ନ ପାଇ ବଞ୍ଚିବୁ କି ମରିବୁ ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ପାଣି ସମସ୍ୟା ସମାଧାନ ନ ହେଲେ ରାସ୍ତାରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।