ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ l ନିଜକୁ ସୁସ୍ଥ ସବଳ ରଖିବାକୁ ହେଲେ ଏମିତି ନିୟମିତ ଯୋଗାଭ୍ୟାସ କରିବାକୁ ସରପଞ୍ଚ ବେହେରା ପରାମର୍ଶ ଦେଇଥିଲେ l ଏଥିସହ ଯୋଗ ମାଧ୍ୟମରେ ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଏବଂ ସୁସ୍ଥ ଜୀବନଶୈଳୀ ଗଠନରେ ଯୋଗର ଗୁରୁତ୍ୱ ରହିଛି ବୋଲି ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ନିଜ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ଯୋଗାସନ ଓ ଶ୍ୱାସକ୍ରିୟା ପ୍ରଣାଳୀ ପ୍ରଦର୍ଶନ କରିଥିଲେ।

Dharitri – Odisha’s No.1 Odia Daily

Share