Categories: ଜାତୀୟ

ଆଖି ବୁଝିଲେ ସାକିନାକା ବଳାତ୍କାର ପୀଡ଼ିତା

ମୁମ୍ବାଇ,୧୧।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଟେମ୍ପୋ ଭିତରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର ପରେ ପୀଡ଼ିତାଙ୍କ ଯୌନାଙ୍ଗରେ ଅଭିଯୁକ୍ତ ଲୁହା ରଡ୍‌ ପୁରାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ମୁମ୍ବାଇର ରାଜୱାଡ଼ି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ। ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଆଖି ବୁଜିଛନ୍ତି।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ଗତକାଲି ଭୋର ସାଢ଼େ ୩ଟାରେ ପୋଲିସ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିିଥିଲା। ଏହି ଘଟଣାରେ ସମ୍ପୃୃକ୍ତ ୪୫ ବର୍ଷୀୟ ମୋହନ ଚୌହାନଙ୍କୁ ପୋଲିସ ଗିରଫ କରିଛି।

Share