‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ ଆସିଛନ୍ତି । ପପୁ ଯାଦବ କହିଛନ୍ତି ଯେ ଅଧିକାଂଶ ମହିଳା ପୁରୁଷ ନେତାଙ୍କ କୋଠରୀରେ କିଛି ସମୟ ନବିତାଇ  ରାଜନୀତିରେ ପ୍ରବେଶ କରିପାରିବେ ନାହିଁ ।

ପପୁ ଯାଦବଙ୍କ ବୟାନ ରଜନୀତିରେ ହଇଚଇ ସୃଷ୍ଟି କରିଛି । ସେ ମହିଳା ସଂରକ୍ଷଣ ବିଲ୍ ଉପରେ ଭାଷଣ ଦେଉଥିଲେ ଯେତେବେଳେ ସେ ଗତ ସପ୍ତାହରେ ଲୋକସଭାରେ ବିଲ୍‌ର ସଂଶୋଧନ ଗୃହୀତ ହୋଇପାରିବ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। ବିରୋଧୀ ଦଳ ବିଲ୍‌କୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଯୋଡ଼ିବାକୁ ବିରୋଧ କରିଥିଲେ।

ପପୁ ଯାଦବ ପଚାରିଲେ, “କିଏ ଘରୋଇ ହିଂସା କରୁଛି? କିଏ ମହିଳାଙ୍କ ଉପରେ ଖରାପ ନଜର ପକାଏ? ଆମେରିକାରୁ ଭାରତ ପର୍ଯ୍ୟନ୍ତ, ଏହି ରାଜନେତାମାନେ ହିଁ ଦାୟି।” ସେ ଦୃଢ଼ତାର ସହିତ କହିଥିଲେ ଯେ ୯୦% ମହିଳା ରାଜନେତାଙ୍କ ବ୍ୟକ୍ତିଗତ ଚାମ୍ବରକୁ ନ ଯାଇ ରାଜନୀତିରେ ପ୍ରବେଶ କରିପାରିବେ ନାହିଁ । “ଏହା ପ୍ରତିଦିନ ଘଟୁଛି,” ସେ ଉଲ୍ଲେଖ କରି କହିଥିଲେ ଯେ ରାଜନେତାଙ୍କ ସିସିଟିଭି ଫୁଟେଜ୍ ପ୍ରତିଦିନ ସାମ୍ନାକୁ ଆସୁଛି। ସେ ଶେଷରେ କହିଥିଲେ ଯେ ମହିଳାମାନଙ୍କ ଶୋଷଣ ଏବେ ଏକ ସଂସ୍କୃତି ପାଲଟିଛି । ବିହାର ରାଜ୍ୟ ମହିଳା କମିଶନ ପପ୍ପୁ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଭିଡିଓରେ ସେ ମହିଳାଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

 

Dharitri – Odisha’s No.1 Odia Daily